କାଲିଠୁ କୋୱିନ ଆପରେ ପଞ୍ଜିକରଣ : ପ୍ରିକସନ ଡୋଜ ପାଇଁ ଖୋଲିଲା ସ୍ଲଟ୍

0
356
କାଲିଠୁ କୋୱିନ ଆପରେ ପଞ୍ଜିକରଣ
କାଲିଠୁ କୋୱିନ ଆପରେ ପଞ୍ଜିକରଣ

ଭୁବନେଶ୍ବର: କରୋନା ଟିକାର ପ୍ରିକସନ ଡୋଜ ପାଇଁ ସ୍ଲଟ ଖୋଲିଛି। କୋ-ୱିନ ମାଧ୍ୟମରେ ପଞ୍ଜିକରଣ କରିବାକୁ ଏହି ସ୍ଲଟ ଖୋଲିଛି। ଆସନ୍ତାକାଲିଠୁ କୋ-ୱିନ ଆପରେ  ପଞ୍ଜିକରଣ କରିହେବ। କାଲିଠୁ ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ ପ୍ରିକସନ ଡୋଜ। ଏହି ଟିକା ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦିଆଯିବ।

ଦ୍ୱିତୀୟ ଡୋଜ ଓ ପ୍ରିକସନ ଡୋଜ ମଧ୍ୟରେ ୯ ମାସର ବ୍ୟବଧାନ ଜରୁରୀ । ପ୍ରିକସନ ଡୋଜ ପାଇଁ ଦ୍ୱିତୀୟ ଡୋଜ ସାର୍ଟିଫିକେଟ ଆବଶ୍ୟକ । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ପୁଣି ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଉଛନ୍ତି ସରକାର । କଟକଣା ପୁଣି ବଢିଥିବା ବେଳେ । ଏବେ ପ୍ରିକସନ ଡୋଜକୁ ଗୁରୁତ୍ୱ ଦିଆଯାଉଛି । ତେବେ ପ୍ରାଥମିକ ଭାବେ ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଏହି ଟିକା ଦିଆଯିବ ।

Also Read  ଘରେ କେହି ନ ଥିବା ବେଳେ ମହିଳାଙ୍କୁ ପଥରରେ ଛେଚି ହତ୍ୟା, ପୋଲିସର ତଦନ୍ତ ଜାରି

LEAVE A REPLY

Please enter your comment!
Please enter your name here