ଦେଶରେ କରୋନା ବିପର୍ଯ୍ୟୟ : ୨୪ ଘଣ୍ଟାରେ ୧,୭୯,୭୨୩ ଚିହ୍ନଟ

0
490
୨୪ ଘଣ୍ଟାରେ ୧,୭୯,୭୨୩ ଚିହ୍ନଟ
୨୪ ଘଣ୍ଟାରେ ୧,୭୯,୭୨୩ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ବିପର୍ଯ୍ୟୟ ଜାରି ରହିଛି। ଲଗାତାର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୭୯,୭୨୩ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ମାତ୍ର ୧୩ ଦିନରେ କୋଭିଡ୍‌ର ଦୈନିକ ମାମଲା ୨୮ ଗୁଣ ବୃଦ୍ଧି ପାଇଛି। ଗତ ଡିସେମ୍ବର ୨୮ରେ ୬୩୫୮ଟି ମାମଲା ଆସିଥିଲା।

ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫,୭୦୭,୭୨୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୨୩ ହଜାର ୬୧୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୪୬,୫୬୯ ଜଣ ମହାମାରୀରୁ ଆରୋଗ୍ୟ  ହୋଇଛନ୍ତି। ଏଯାବତ୍ ମୋଟ ୩୪,୫୦୦,୧୭୨ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୧୪୬ ଜଣ ରୋଗୀ କରୋନାରେ ପ୍ରାଣ ହରାଇଥିବା ରିପୋର୍ଟ ଦିଆଯାଇଛି। ଏହା ସହିତ ବର୍ତ୍ତମାନ ସୁଦ୍ଧା ଦେଶର ସମୁଦାୟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬ରେ ପହଞ୍ଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧୦ଟି ଓମିକ୍ରନ୍‌ ମାମାଲା ରେକର୍ଡ଼ ହୋଇଛି। ଏଥିସହ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦୩୩କୁ ବୃଦ୍ଧି ପାଇଛି। ଓମିକ୍ରନ୍‌ରୁ ଏଯାଏଁ  ୧୫୫୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୨୧୬ଟି ଓମିକ୍ରନ୍ ମାମଲା ରହିଛି। ରାଜସ୍ଥାନ ୫୨୯ ଓମିକ୍ରନ ଆକ୍ରାନ୍ତଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି।

Also Read  Govt clears Kedarnath, Hemkund Sahib Ji ropeway projects worth Rs 6,811 cr