ଇଞ୍ଜିନିୟରିଂ, ମେଡିକାଲ କଲେଜର ୫୯ ପଜିଟିଭ

0
574
curtailment of-summer-vacation-in-colleges-and-university

ରାୟଗଡ଼ା : ରାଜ୍ୟରେ କରୋନା ଗ୍ରାଫ ଏବେ ଉପରମୁହାଁ ଥିବା ବେଳେ ଏଥିରୁ ବର୍ତ୍ତି ପାରୁନି ଶିକ୍ଷାନୁଷ୍ଠାନ । ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବାହାରୁଛନ୍ତି ପୁଳାପୁଳା ପଜିଟିଭ, ଯାହାକି ପ୍ରଶାସନର ଚିନ୍ତ ବଢ଼ାଇ ଦେଉଛି। ରାୟଗଡ଼ା MITS ଇଞ୍ଜିନିୟରିଂ କଲେଜରୁ ୪୯ ପଜିଟିଭ ବାହାରିଥିବା ବେଳେ ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜର ୧୦ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏକାଥରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବାରୁ ଅଭିଭାବକ ହିଁ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି।

ରାୟଗଡ଼ା MITS ଇଞ୍ଜିନିୟରିଂ କଲେଜର ୪୯ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ପରେ କଲେଜର ହଷ୍ଟେଲ A ଓ Bକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ସମସ୍ତଙ୍କୁ ସଂଘରୋଧରେ ରଖି ଚିକିତ୍ସା କରାଯାଉଛି। ସେମାନଙ୍କ ବାହାରକୁ ଆସିବା ଉପରେ କଟକଣା ଲାଗୁ କରାଯାଇଛି। ଗତ ୬ତାରିଖରେ ଏହି କଲେଜର ୫ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଏହି କଲେଜର ସମୁଦାୟ ୫୪ ଜଣ ଛାତ୍ରଛାତ୍ରୀ କରୋନା କବଳରେ ପଡ଼ି ସାରିଲେଣି।

ଏନେଇ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଛନ୍ତି, ଗତ ୨, ୩ ହେଲା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଶିକ୍ଷାନୁଷ୍ଠାନରେ ବି ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଏନଫୋର୍ସମେଣ୍ଟକୁ ଜୋରଦାର କରାଯାଉଛି। ଯିଏ ନିୟମ ଭଙ୍ଗ କରିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯିଏ ବାହାରୁ ଆସୁଛନ୍ତି, ତାଙ୍କର ଟେଷ୍ଟି କରାଯାଉଛି। ଏବେ ଟେଷ୍ଟିଂକୁ ବଢ଼ାଇ ଦିଆଯାଇଛି। ଫଳରେ କେସ୍‌ ସଂଖ୍ୟା ବଢ଼ି ଚାଲିଛି। ଏହାବାଦ ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜର ୧୦ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଏଡିଏମ୍‌ ସୂଚନା ଦେଇଛନ୍ତି। ପୂର୍ବରୁ ମେଡିକାଲ କଲେଜର ୩ ଛାତ୍ର ପଜିଟିଭ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ କଲେଜରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି।

Also Read  Odisha advances urban reforms through ANKUR initiative