ବେକରେ ମାଞ୍ଜା ସୁତା ଗୁଡ଼ାଇ ହୋଇ ୩ ଆହତ

0
514
ମାଞ୍ଜା ସୁତା ଗୁଡ଼ାଇ ହୋଇ ୩ ଆହତ
ମାଞ୍ଜା ସୁତା ଗୁଡ଼ାଇ ହୋଇ ୩ ଆହତ

ଭୁବନେଶ୍ୱର : ପୁଣି ଥରେ ଆତଙ୍କ ଖେଳାଇଲା ମାଞ୍ଜା ସୁତା । ମାଞ୍ଜା ସୁତା ବେକରେ ଗୁଡ଼ାଇ ହୋଇ କଟକ ଜଗତପୁରର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଲିସ୍‌ ପକ୍ଷରୁ ଏହାକୁ ଜବତ ପାଇଁ ଚଢ଼ାଉ ଜୋରଦାର କରାଯାଇଥିଲା। ହେଲେ ଏବେ ସ୍ଥିତି ଯାହାକୁ ତାହା। ଖୋଦ ରାଜଧାନୀରେ ବାଇକ୍‌ରେ ଯାଉଥିବା ବେଳେ ବେକରେ ମାଞ୍ଜା ସୁତା ଗୁଡ଼ାଇ ହୋଇ ୩ ଜଣ ଆହତ ହୋଇଛନ୍ତି।

ପାଲା ମଣ୍ଡପ ଆଡ଼କୁ ୩ ଜଣ  ଯୁବକ ବାଇକ୍‌ରେ ଆସୁଥିବା ବେଳେ ଏହି ଅଘଟଣ ଘଟିଛି। ତିନି ଜଣ ଯୁବକଙ୍କ ବେକରେ ଆଘାତ ଲାଗିଛି ।  ଗାଡ଼ି ଆଉ ଟିକେ  ସ୍ପିଡରେ ଥିଲେ ବଡ଼ ଅଘଟଣ ଘଟି ଥାଆନ୍ତା ବୋଲି ଆହତ ଯୁବକମାନେ କହିଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ନିକଟସ୍ଥ ଏକ କ୍ଲିନିକକୁ ନେଇ ପ୍ରାଥମିକ ଚିକିତ୍ସା କରାଇଛନ୍ତି। ମାଞ୍ଜା ସୂତା ଜବତ କରି  ତନାଘନା ଚଳାଇଛି ପୁଲିସ୍‌। କଟକରେ ଏହିପରି ଘଟଣାରେ ଜଣେ ନବ ବିବାହିତ ଯୁବକଙ୍କ ମୃତ୍ୟୁ ପରେ ବିଭିନ୍ନ ଜିଲ୍ଲାରେ ଚଢ଼ାଉ ଜୋରଦାର କରିଥିଲା ପୁଲିସ୍‌।  ହେଲେ ପୁଣି ଅବସ୍ଥା ଯାହାକୁ ତାହା।

Also Read  କଣ୍ଟ୍ରାକ୍ଟ କିଲିଂ ପାଇଁ ସୁପାରି ଦେଇଥିବା ନକଲି ସାମ୍ବାଦିକ ଗିରଫ