ରାଜ୍ୟରେ ୧୦ ହଜାର ଡେଇଁଲା କରୋନା ସଂକ୍ରମଣ

0
591
more 403-new covid-positives-cases identified in odisha today

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଓଡ଼ିଶାରେ ୧୦ ହଜାର ଡେଇଁଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୦ ରୁ ୧୮ ବର୍ଷ ମଧ୍ୟରେ ୮୭୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୫ ହଜାର ୮୩୩ କେସ୍ ଚିହ୍ନଟ ହୋଇଥିବାବେଳେ ୪ ହଜାର ୨୨୬ ଲୋକାଲ କେସ୍ ଚିହ୍ନଟ ହୋଇଛି । TPRରେ ରେଡ୍ ଜୋନରେ ୧୦ ଜିଲ୍ଲା ରହିଛି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର, ପୁରୀ, କଟକ, ଗଜପତି, ନବରଙ୍ଗପୁର, ବଲାଙ୍ଗୀର, ଝାରସୁଗୁଡା, ମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ସେହିପରି ୨୪ ଘଣ୍ଟାରେ ଖୋର୍ଦ୍ଧାରେ ୩ ହଜାର ଟପିଛି ଦୈନିକ ସଂକ୍ରମଣ । ଖୋର୍ଦ୍ଧାରେ ସର୍ବାଧିକ ୩ ହଜାର ୧୮୮ ସଂକ୍ରମିତ ଚିହ୍ନଟ ହୋଇଛି । ସେହିପରି ସୁନ୍ଦରଗଡ଼ରୁ ୧୩୪୮, କଟକରୁ ୮୭୦, ସମ୍ବଲପୁରରୁ ୫୭୦, ମୟୂରଭଞ୍ଜରୁ ୪୨୩, ବାଲେଶ୍ବରରୁ ୨୭୮, ପୁରୀରୁ ୨୭୨, ଝାରସୁଗୁଡାରୁ ୨୧୯, ବଲାଙ୍ଗୀରରୁ ୨୧୬, ଯାଜପୁରରୁ ୨୧୨, କୋରାପୁଟରୁ ୧୫୫, ଗଞ୍ଜାମରୁ ୧୫୪, ଜଗତସିଂହପୁର ୧୪୨, ଭଦ୍ରକରୁ ୧୩୮, ରାୟଗଡ଼ାରୁ ୧୩୧, କଳାହାଣ୍ଡିରୁ ୧୨୩, ନବରଙ୍ଗପୁରରୁ ୧୨୨, କେନ୍ଦୁଝରରୁ ୧୦୯, ସୋନପୁରରୁ ୧୦୬, ନୟାଗଡ଼ରୁ ୧୦୨, ଗଜପତିରୁ ୮୨, ବରଗଡ଼ରୁ ୭୬, ନୂଆପଡାରୁ ୬୬, କେନ୍ଦ୍ରାପଡାରୁ ୫୧, ଢେଙ୍କାନାଳରୁ ୫୦, ଅନୁଗୁଳରୁ ୪୬, କନ୍ଧମାଳରୁ ୩୬, ଦେବଗଡ଼ରୁ ୧୮, ମାଲକାନଗିରିରୁ ୧୭, ବୌଦ୍ଧରୁ ୧୫ ଓ ଷ୍ଟେଟପୁଲରୁ ୭୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୯୪୯ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୦୧,୬୦୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୪୮, ୭୩୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୪୪, ୩୪୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Also Read  North and Coastal parts of Odisha to receive heavy showers during this weekend