ଦେଶର ବଢ଼ୁଛି ପଜିଟିଭିଟି ରେଟ : ଆଉ ୨,୬୮,୮୮୩ ଆକ୍ରାନ୍ତ ଚିହ୍ନଟ

0
703
ଖସିଲା ଦୈନିକ ସଂକ୍ରମଣ
ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ତୃତୀୟ ଲହର ଥମିବାର ନାଁ ଧରୁନି। କ୍ରମାଗତ ଭାବେ ଭାରତରେ ଟେଷ୍ଟ ପଜିଟିଭିଟି ରେଟ ବୃଦ୍ଧି ପାଉଛି। ବର୍ତ୍ତମାନ ଟିପିଆର ୧୬%ରୁ ଅଧିକ ହୋଇ ଯାଇଥିବା ବେଳେ ୨୪ ଘଣ୍ଟାରେ ଆଉ ୨,୬୮,୮୩୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ତୁଳନାରେ ଆଜି ଅଧିକ ୪,୬୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ୧୪ ଲକ୍ଷ ପାର କରିଛି।

ଶୁକ୍ରବାର ଦେଶରେ ୨ ଲକ୍ଷ ୬୪ ହଜାର ୨୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ହେଲେ ଆଜି ଏହା ୨.୬୮ ଲକ୍ଷ ପାର କରିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୬୮,୫୦, ୯୬୨ରେ ପହଞ୍ଚିଛି। ଦୈନିକ ପଜିଟିଭିଟି ରେଟ ଗତକାଲି ୧୪.୭୮ ପ୍ରତିଶତ ଥିଲା। ଆଜି ଏହା ୧୬.୬୬% ରହିଛି। ସପ୍ତାହିକ ପଜିଟିଭିଟି ରାଟ ୧୨.୮୪%। ୨୪ ଘଣ୍ଟା ଭିତରେ ମାତ୍ର ୧୬,୧୩,୭୪୦ ନମୁନା ପରୀକ୍ଷା କରାଯାଇ ପାରିଛି। ଟେଷ୍ଟିଂ କମିଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ଏହି କାରଣରୁ ପଜିଟିଭିଟି ରେଟ୍‌ ବଢ଼ିଛି।

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୦୪୧ ରହିଛି। ଗତକାଲି ଏହା ୫,୭୫୩ ରହିଥିଲା। ଏହାର ଅର୍ଥ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫.୦୧ ବଢ଼ିଛି। ଦେଶରେ ମୋଟ ଆକ୍ଟିଭ କେସ୍ ୧୪,୧୭,୮୨୦ ଥିବା ବେଳେ ସୁସ୍ଥ ହେଲେଣି ୩,୪୯,୪୭,୩୦୯। ୨୪ ଘଣ୍ଟାରେ ୧,୨୨,୬୮୪ ଜଣ କରୋନାକୁ ମାତ ଦେଇଛନ୍ତି। ସମଗ୍ର ଦେଶରେ ଗତ ୨୪ ଘଣ୍ଟାରେ ଆଉ ୪୦୨ ଜଣଙ୍କ ଜୀବନ ନେଇଛି କରୋନା। ଫଳରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା୪,୮୫,୭୫୨କୁ ବଢ଼ିଛି। ଆକ୍ଟିଭ କେସ୍‌ ଦେଶର ସମୁଦାୟ ପଜିଟିଭ ମାମଲାର ୩.୮୫% ଓ ଆରୋଗ୍ୟ ହାର ୯୪.୮୩% ରହିଛି।

ଦେଶରେ ଦୈନିକ କରୋନା ମାମଲା ବଢ଼ି ଚାଲିଥିବା ବେଳେ କେନ୍ଦ୍ର ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଦେଶରେ ଏ ପର୍ଯ୍ୟନ୍ତ ୧୫୬.୦୨ କୋଟି ଡୋଜ ଟିକା ଦିଆ ସରିଲାଣି। ୨୪ ଘଣ୍ଟାରେ ୫୮,୦୨,୯୭୬ ଡୋଜ୍‌ର ଟିକାକରଣ ହୋଇଛି।

Also Read  R&DM Dept provides Rs 20.38 cr for relief work in areas affected due to hailstorm