ଓଡିଶା ରେ ପହଁଚିଲା ଓମିସିୟୋର କିଟ; ଓମିକ୍ରନ ଭାରିଆଣ୍ଟ ର ଚିହ୍ନଟ ସହଜ ହେବ

0
1270
ଓଡିଶା ରେ ପହଁଚିଲା ଓମିସିୟୋର କିଟ; ଓମିକ୍ରନ ଭାରିଆଣ୍ଟ ର ଚିହ୍ନଟ ସହଜ ହେବ
ଓଡିଶା ରେ ପହଁଚିଲା ଓମିସିୟୋର କିଟ; ଓମିକ୍ରନ ଭାରିଆଣ୍ଟ ର ଚିହ୍ନଟ ସହଜ ହେବ

ଜାନୁଆରୀ ୧୯

ଓଡ଼ିଶାରେ ୩୦ ହଜାର ଓମିସିୟୋର କିଟ୍ ପହଂଚିଛି I ଯାହାଦ୍ୱାରା ସହଜ ରେ କୋଭିଡ-୧୯ ର ନୂଆ ଓମିକ୍ରନ ଭାରିଆଣ୍ଟ ର ଚିହ୍ନଟ ହେଇ ପାରିବ ବୋଲି ଆଶାକରଯାଉଛି I କିଟ୍ ପହଂଚିବା ପରେ ଡ୍ରାଏ ରନ୍‌ ଆରମ୍ଭ ହୋଇଛି । ଏହାର ପ୍ରାରମ୍ଭିକ ପରୀକ୍ଷଣ ଆରମ୍ଭ ହେଇଛି I
ଏହାକୁ ଇଣ୍ଟରନାଲ ଷ୍ଟଡ଼ି ପାଇଁ ବ୍ୟବହାର କରାଯିବ । ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ବାହାରୁଛନ୍ତି ସେହି ଜିଲ୍ଲାକୁ ଓମିସିୟୋର କିଟ୍ ପଠାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ବ୍ରହ୍ମପୁର, କଟକ, ରାଉରକେଲା, ଭୁବନେଶ୍ୱରରେ ପଜିଟିଭ ସଂଖ୍ୟା ଅଧିକ ରହୁଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ଉକ୍ତ ୪ ସହରକୁ ଏହି କିଟ୍‌ ପଠାଯିବ I

ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଟେଷ୍ଟିଂ ବଢାଇବା ପାଇଁ କାର୍ଯ୍ୟ କରାଯାଉଛି । ଟେଷ୍ଟିଂ କ୍ରାଇଟେରିଆ ଅନୁସାରେ ଦିନକୁ କେତେ ଅଧିକ ଟେଷ୍ଟିଂ ବଢ଼ା ଯାଇପାରିବ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ବିଚାର ବିମର୍ଷ କରୁଛି । ସାମାନ୍ୟତମ ଲକ୍ଷଣ ଥିଲେ ବି ଟେଷ୍ଟ କରାଇବା ପାଇଁ ପରାମର୍ଶ ଦିଆଯାଉଛି I
ଲକ୍‌ଡାଉନ୍‌, ଶଟଡାଉନ୍‌ ସମ୍ପର୍କ ରେ ମତ ରଖି ସେ କହିଛନ୍ତି, କିଛି ଜିଲ୍ଲା ରେ ଆର ଭ୍ୟାଲୁ ଅଧିକ ରହିଛି । ସବୁଠି ଅଧିକ ନାହିଁ। ତେଣୁ ଲକ୍‌ଡାଉନ୍‌, ଶଟଡାଉନ୍‌ର ଆବଶ୍ୟକତା ନାହିଁ।

ବର୍ତ୍ତମାନ କରୋନା ପରିସ୍ଥିତି କୁ ନେଇ ସେ କହିଛନ୍ତି, କିଛି ଦିନ ହେବ ସଂକ୍ରମଣ ସ୍ଥିର ସମାନ୍ତରାଳ ସ୍ଥିତି ରେ ରହିଛି I

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୬୦୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪,୩୪୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୨୧୯, କଟକରୁ ୮୯୮, ସମ୍ବଲପୁର ରୁ ୩୯୦ ଏବଂ ବାଲେଶ୍ୱର ରୁ ୩୦୫ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I

 

Also Read  Elephant calf dies of aspiratory pneumonia in Ganjam, Odisha