ଉତ୍ତରପ୍ରଦେଶ ନିର୍ବାଚନ : କଂଗ୍ରେସ ଦେଲା ୮ ପ୍ରତିଶ୍ରୁତି

0
849
କଂଗ୍ରେସ ଦେଲା ୮ ପ୍ରତିଶ୍ରୁତି
କଂଗ୍ରେସ ଦେଲା ୮ ପ୍ରତିଶ୍ରୁତି

ଲକ୍ଷ୍ନୌ : ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ହାତ ଖୋଲିଦେଲା କଂଗ୍ରେସ। ମାଳ ମାଳ ପ୍ରତିଶ୍ରୁତିରେ ପୋତି ପକାଇଲା। ରାଜ୍ୟରେ ଦେଖାଦେଇଥିବା ପ୍ରମୁଖ ମୁଦ୍ଦାକୁ ଆୟୁଧ୍ୟ କରି ଏବଂ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ହାତ ପାର୍ଟି ଦେଇଛି ୮ ପ୍ରତଶ୍ରୁତି। ଯୋଗୀ ସରକାର ସମୟରେ ବେରୋଜଗାର, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ମୁଖ୍ୟ ପ୍ରସିଙ୍ଗ ରହିଛି। ରାଜ୍ୟରେ ବଢ଼ିଥିବା ବେକାରୀ ବୃଦ୍ଧିକୁ ପ୍ରସଙ୍ଗ କରି ବିଭିନ୍ନ ସମୟରେ ବିରୋଧୀରେ ଯୋଗୀ ସରକାରଙ୍କୁ ଘନ ଘନ ଆକ୍ରମଣ କରୁଥିଲେ। କିନ୍ତୁ ଏବେ ସେହି ସମସ୍ତ ପ୍ରସଙ୍ଗକୁ ନିଜ ନିର୍ବାଚନୀ ଇସ୍ତିହାରରେ ସାମିଲ କରିଛି କଂଗ୍ରେସ।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍ଗା ଗାନ୍ଧି ନେତୃତ୍ୱ ନେଇଛନ୍ତି। ଆଜି ଏଥିପାଇଁ କଂଗ୍ରେସ ତା’ର ମେନିଫେଷ୍ଟ ବା ନିର୍ବାଚନୀ ଇସ୍ତିହାର ଜରି କରିଛି। ଆଉ ଏହାର ନାଁ ରଖିଛି ‘ଭର୍ତ୍ତି ବିଧାନ’। ଏଥିରେ ଯୁବପିଢ଼ିଙ୍କୁ ଅଧିକ ଗୁରୁତ୍ୱ ଦେଇଛି କଂଗ୍ରେସ। ପ୍ରାଥମିକ ବିଦ୍ୟାଳୟରେ ଦେଢ଼ ଲକ୍ଷ ଶିକ୍ଷକଙ୍କ ଭର୍ତ୍ତି କରାଯିବ। ୬୦୦୦ ଖାଲିପଡିଥିବା ଡାକ୍ତର ପଦବୀ ପୂରଣ ହେବ। ୨୦ ହଜାର ଅଙ୍ଗନବାଡି କର୍ମଚାରୀଙ୍କୁ ନିଯୁକ୍ତି ମିଳିବ। ସଂସ୍କୃତ ଶିକ୍ଷକ, ଉର୍ଦ୍ଦୁ ଶିକ୍ଷକ, ଆଶା ଆଦି ଖାଲି ପଡିଥିବା ସମସ୍ତ ପଦବୀକୁ ପୂରଣ କରାଯିବ। ସମସ୍ତ ପରୀକ୍ଷାର ଫର୍ମ ମାଗଣାରେ ଦିଆଯିବ। ବସ୍‌, ଟ୍ରେନ୍‌ ଯାତ୍ରା ଫ୍ରି ହେବ ବୋଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ନିର୍ବାଚନୀ ଇସ୍ତିହାର ଜାରି କରି ଘୋଷଣା କରିଛନ୍ତି।

ସେ ଆହୁରି କହିଛନ୍ତି, ଭଲ ଶିକ୍ଷା ଜରୁରୀ। ଶିକ୍ଷା ପାଇଁ ବଜେଟ୍ ଏବେ କମ୍‌ କରାଯାଇଛି, ଆମେ ଏହାକୁ ବୃଦ୍ଧି କରିବୁ। ବିଶ୍ୱବିଦ୍ୟାଳୟରେ ମାଗଣା ୱାଇଫାଇ ଅପଗ୍ରେଡ୍ ହେବ। ସେଠାରେ ଏକ ପ୍ଲେସମେଣ୍ଟ ସେଲ୍ ହେବ। ଏଥିସହ କଲେଜଗୁଡ଼ିକରେ ନିର୍ବାଚନ ହେବ। ହଷ୍ଟେଲଗୁଡ଼ିକର ଉନ୍ନତି ହେବ। ନୂତନ ନିଯୁକ୍ତି ସୁଯୋଗ ମିଳିବ। ନିଶାଦ୍ରବ୍ୟ ଛାଡିବା ପାଇଁ କାଉନସେଲିଂ କ୍ୟାମ୍ପ ଆୟୋଜିତ ହେବ। ଆହୁରି ମଧ୍ୟ ପ୍ରତିବର୍ଷ ଯୁବ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ସ୍ଥାନୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ। କ୍ରୀଡା ପାଇଁ ଏକାଡେମୀ ଖୋଲାଯିବ ବୋଲି କଂଗ୍ରସେ ତା’ର ଉତ୍ତରପ୍ରଦେଶ ନିର୍ବାଚନୀ ପାଇଁ ଜାରି କରିଥିବା ଇସ୍ତିହାର ପତ୍ରରେ କହିଛି।

Also Read  Rishi murder case: woman’s statement recorded under section 161; Congress to hold mega rally on Jan 4 in Jatani, Odisha