ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ

0
1250

ବଲାଙ୍ଗିର :  ଫିଲ୍ମ ଷ୍ଟାଇଲରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଚାରି ଜଣ ଯୁବକ। ଏଭଳି  ଘଟଣା ଘଟିଛି ବଲାଙ୍ଗିର ସହର ମାଳପଡାର ମେଟାକାନୀ ଛକ ନିକଟରେ। ଆହତ ଯୁବକ ଜଣଙ୍କ ହେଲେ ପିକୁନ ଦଣ୍ଡସେନା। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପିକୁନ ଇଚ୍ଛାପଡ଼ାର ବାସିନ୍ଦା।

ମିଳିଥିବା ସୂଚନା ଅନୁଚସାରେ, ଗତକାଲି ପିକୁନ ଓ ଅନ୍ୟ ଚାରି ଜଣ ଯୁବକଙ୍କର କୌଣସି କଥାକୁ ନେଇ ମାଳପଡାର ମେଟାକାନୀ ଛକ ନିକଟରେ ବଚସା ହୋଇଥିଲା। ପରେ ଏହି ଚାରି ଜଣ ଯୁବକ ପିକୁନଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ। ତାଙ୍କୁ ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ପିକୁନକୁ ବୁର୍ଲା ଭୀମସାର ପଠାଯାଇଛି।

ଆକ୍ରମଣ ପଛର କାରଣ ଜଣାପଡ଼ି ନ ଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର ଏପରି ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।  ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ। ବଲାଙ୍ଗିର ଟାଉନ ପୁଲିସ ଘଟଣାର ତଦନ୍ତ କରୁଛି।

 

Also Read  Odisha to Implement Inter-State Migrant Workmen Act 1979