ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫାଇନାଲ୍ ପ୍ୟାରେଡ ରିହରସାଲ ଶେଷ

0
1015

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫାଇନାଲ୍ ପ୍ୟାରେଡ ରିହରସାଲ ଶେଷ ହୋଇଛି। କୋଭିଡ କଟକଣାରେ ଗାନ୍ଧୀ ମାର୍ଗରେ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି। ପୁଲିସ ଡିଜି ସୁନିଲ୍ ବଂଶଲ ଆଜିର ଫାଇନାଲ୍ ପ୍ୟାରେଡ ରିହରସାଲକୁ ନିରୀକ୍ଷଣ କରିଥିଲେ। ଏଥର ପ୍ୟାରେଡରେ ୨ଟି ବ୍ରାସ ବ୍ରାଣ୍ଡ ସହ ୮ଟି ପୁଲିସ କଣ୍ଟିଜେଣ୍ଟ ଟ୍ରୁପ୍ ଭାଗ ନେଇଛନ୍ତି। ତେବେ ପ୍ରଥମ ଥର ପାଇଁ ବିଏସଏଫ ଭାଗ ନେବେ। କୋଭିଡ କଟକଣା ପାଇଁ ସିଭିଲ୍ ଏବଂ କଲେଜ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟସ୍ତରୀୟ ପ୍ୟାରେଡରୁ ବାଦ୍ କରାଯାଇଛି। ଅନ୍ୟପଟେ ପ୍ୟାରେଡରେ ଭାଗ ନେଉଥିବା ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ ବୋଲି ଡିଜି ସୁନିଲ୍ ବଂଶଲ ସୂଚନା ଦେଇଛନ୍ତି ।

ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ। ସମ୍ମାନିତ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ଏହାସହ ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ଜଣ ବରିଷ୍ଠ ଅଧିକାରୀ ନିୟୋଜିତ କରାଯାଇଛି। ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ୱ ସହ ସଂପୂର୍ଣ୍ଣ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯିବ ଏବଂ ସିସିଟିଭି ନଜରରେ ରହିବ ଗାନ୍ଧିମାର୍ଗ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

Also Read  “I am No More in BJD”: Amar Satpathy