ରାଜ୍ୟରେ କମୁଛି ସଂକ୍ରମଣ : ରାଜ୍ୟରେ ୪ ହଜାର ୮୪୩ ଆକ୍ରାନ୍ତ ଚିହ୍ନଟ

0
867
59 H3N2 Influenza Cases Found In Odisha
59 H3N2 Influenza Cases Found In Odisha

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ହଜାର ୮୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨ ହଜାର ୦୨୮ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୬୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ସୁସ୍ଥ କଥା କହିବା ତାହାଲେ ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୨୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧ ହଜାର ୦୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୫୮, ବାଲେଶ୍ୱରରୁ ୧୫୨, ବରଗଡ଼ରୁ ୮୦, ଭଦ୍ରକରୁ ୬୦, ବଲାଙ୍ଗୀରରୁ ୯୫, ବୌଦ୍ଧରୁ ୪୯, କଟକରୁ ୩୭୯, ଦେଓଗଡ଼ରୁ ୭୩, ଢେଙ୍କାନାଳରୁ ୪୫, ଗଜପତିରୁ ୬୨, ଗଞ୍ଜାମରୁ ୬୭, ଜଗତସିଂହପୁରରୁ ୧୦୦, ଯାଜପୁରରୁ ୧୬୬, ଝାରସୁଗୁଡ଼ାରୁ ୬୧, କଳାହାଣ୍ଡିରୁ ୧୫୮, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୭୦, କେନ୍ଦୁଝରରୁ ୮୧, କୋରାପୁଟରୁ ୫୦, ମାଲକାନଗିରିରୁ ୧୮, ମୟୁରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୩୭, ନୟାଗଡ଼ରୁ ୧୯୪, ନୂଆପଡ଼ାରୁ ୧୬୬, ପୁରୀରୁ ୭୨, ରାୟଗଡ଼ାରୁ ୯୯, ସମ୍ବଲପୁରରୁ ୧୨୮, ସୋନପୁରରୁ ୭୩, ସୁନ୍ଦରଗଡ଼ରୁ ୭୩୫ ଓ ଷ୍ଟେଟ ପୁଲରୁ ୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨,୪୫,୯୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୧, ୮୪, ୧୭୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୩, ୦୯୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Also Read  Chemo for cancer patients now free of cost in all districts of Odisha