କେନ୍ଦ୍ର ବଜେଟକୁ ନେଇ ନାଖୁସ୍ ନବୀନ କହିଲେ ଏମିତି କଥା

0
863
cm naveen asks-departments-to-remain-prepared-for-disaster

ଭୁବନେଶ୍ୱର  : କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାଖୁସ୍ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବ୍ୟୟବରାଦ ହ୍ରାସ କରାଯାଇଛି। କୃଷି ଓ କୃଷକଙ୍କ ବିକାଶ, ଉଚ୍ଚଶିକ୍ଷା, ଗ୍ରାମ୍ୟ ଉନ୍ନୟନରେ ବ୍ୟୟବରାଦ ହ୍ରାସ ହୋଇଛି। ମହାମାରୀ ବେଳେ ବ୍ୟୟବରାଦ ହ୍ରାସ ବିକାଶ ଉପରେ ପ୍ରଭାବ ପକାଇବ। ମନରେଗାରେ ବ୍ୟୟବରାଦ ହ୍ରାସ ଯୋଗୁଁ ଗରିବ ଲୋକେ ପ୍ରଭାବିତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବଜେଟରେ ମଧ୍ୟବିତ୍ତ ଲୋକଙ୍କ ପାଇଁ ବିଶେଷ କିଛି ନାହିଁ। ବଜେଟରେ ଦରଦାମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇ ନାହିଁ। LPG ସବସିଡି କମି ଥିବାରୁ ମହିଳା ଓ ଗୃହ ଅର୍ଥନୀତି ପ୍ରଭାବିତ ହେବ। ଗ୍ରାମ୍ୟ ଗୃହ ଯୋଜନାରେ ଓଡ଼ିଶାକୁ ଅବହେଳା ଆମକୁ ବ୍ୟଥିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଟେକ୍ନୋଲୋଜି ଓ ଭିତ୍ତିଭୂମି ଉପରେ ଫୋକସକୁ ନେଇ ପ୍ରଶଂସା କରିଛନ୍ତି। ମହାମାରୀ ସମୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିକାଶରେ ସହାୟକ ହେବ।

 

Also Read  ୩୦ଟି ଜିଲ୍ଳା ପରିଷଦରେ ବିଜେଡ଼ିର ସଂଖ୍ୟା ଗରିଷ୍ଠତା ହାସଲ