ତପସ୍ବିନୀ-ସୁମିତ୍‌ ମାମଲା: ଭରଣପୋଷଣ ନେଇ ତଳ କୋର୍ଟଙ୍କ ନିର୍ଦ୍ଦେଶକୁ କାଏମ୍‌ ରଖିଲେ ହାଇକୋର୍ଟ

0
706

କଟକ: ବ୍ରହ୍ମପୁରର ବହୁଚର୍ଚ୍ଚିତ ତପସ୍ୱିନୀ ଓ ଡାକ୍ତର ସୁମିତ୍‌ ସାହୁଙ୍କ ବିବାହ ବିବାଦ ମାମଲାରେ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ହାଇକୋର୍ଟ ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ହାଇକୋର୍ଟ ପ୍ରତି ମାସ ୧୦ତାରିଖ ସୁଦ୍ଧା ତପସ୍ବିନୀଙ୍କୁ ମାସିକ ଭରଣପୋଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଫେବ୍ରୁଆରି ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି। ତେବେ ହୋଇକୋର୍ଟରେ ତଳ କୋର୍ଟଙ୍କ ରାୟ କାଏମ୍‌ ରହିବା ପରେ ସୁମିତ୍‌ଙ୍କୁ ତପସ୍ବିନୀଙ୍କ ଭରଣପୋଷଣ ପାଇଁ ପ୍ରତିମାସ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ହେବ। ସୂଚନାଯୋଗ୍ୟ, ତପସ୍ବିନୀଙ୍କୁ ପ୍ରତିମାସ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ ଡାକ୍ତର ସୁମିତ୍‌ଙ୍କୁ ନିର୍ଦ୍ଦେଶ ଥିଲା।

Also Read  Temperature to come down soon in Odisha