ଦୁର୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

0
231

ପୁରୀ: ଆଜି ଦୁର୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଗତବର୍ଷ କରୋନା ପାଇଁ ମହାପ୍ରଭୁଙ୍କୁ ଏହି ବେଶ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ଭକ୍ତ । ଚଳିତ ବର୍ଷ କଟକଣାରେ ସାଧାରଣ ଦର୍ଶନ ଜାରି ରହିଥିବାରୁ ଭକ୍ତଙ୍କୁ ଏହି ସୁଯୋଗ ମିଳିଛି । ଚୂଳ, ଶ୍ରୀମୁଖ ପଦ୍ମ, କର ପଲ୍ଲବ, ପଦ୍ମ କଢି, ଗଛ, ଡାଳିଲତା, ଚୂଳ ଗୁଡ଼ିକରେ ପଦ୍ମ ଫୁଲ ପ୍ରସ୍ତୁତ ହୋଇ ସଜେଇ ହୋଇଛନ୍ତି କାଳିଆ ଠାକୁର ।

ମୁଖ୍ୟତଃ ୮୦ଟି ଛୋଟ ପଦ୍ମ, ୪ଟି ପଦ୍ମକଢି ବା କର ପଲ୍ଲବ, ୪ଟି ହଂସ, ୭ଟି ଗଛ ସହ ବିଭିନ୍ନ ପ୍ରକାର ଅଳଙ୍କାର ଶ୍ରୀଜିଉ ସଜେଇ ହୋଇଛନ୍ତି । ଗତକାଲି ରାତିରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ବଡ଼ସିଂହାର ବେଶରେ ପଦ୍ମବେଶରେ ଭୂଷିତ ହୋଇ କ୍ଷୀରି ଅମାଳୁ ଭୋଗ ଲାଗି କରାଯାଯାଇଛି ।

Also Read  ଡିସେମ୍ବର ୪ରେ ସୂର୍ଯ୍ୟପରାଗ : ଓଡ଼ିଶା ଉପରେ କେତେ ପ୍ରଭାବ ରହିବ ?

LEAVE A REPLY

Please enter your comment!
Please enter your name here