ରାଜ୍ୟରେ ୩,୬୨୯ ପଜିଟିଭ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୭୧୬ ଆକ୍ରାନ୍ତ

0
601
wearing of masks mandatory-in-New Delhi

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୬୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।  ଶୂନରୁ ୧୮ ବର୍ଷ ମଧ୍ୟରେ ୫୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୬ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୮୯, ବାଲେଶ୍ୱରରୁ ୧୧୧, ବରଗଡ଼ରୁ ୭୧, ଭଦ୍ରକ ୪୫, ବଲାଙ୍ଗିରରୁ ୯୧, ବୌଦ୍ଧରୁ ୮୦, କଟକରୁ ୩୨୯, ଦେବଗଡ଼ରୁ  ୬୮,  ଢେଙ୍କାନାଳରୁ ୫୫, ଗଜପତିରୁ ୫୬, ଗଞ୍ଜାମରୁ ୪୬, ଜଗତସିଂହପୁରରୁ ୮୯, ଯାଜପୁରରୁ ୧୩୭ ଓ ଝାରସୁଗୁଡ଼ାରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି କଳାହାଣ୍ଡି ଜିଲ୍ଲାରୁ ୮୫ ଜଣ ଚିହ୍ନଟ ହୋଇଥିବା ବେଳେ କନ୍ଧମାଳରୁ ୪୭, କେନ୍ଦ୍ରାପଡ଼ାରୁ ୧୪୯, କେନ୍ଦୁଝରରୁ ୪୪, କୋରାପୁଟରୁ ୩୧, ମାଲକାନଗିରିରୁ ୨୩, ମୟୂରଭଞ୍ଜରୁ ୧୪୨, ନବରଙ୍ଗପୁରରୁ ୯୦,  ନୟାଗଡ଼ରୁ ୧୧୮,  ନୂଆପଡ଼ାରୁ ୭୦, ପୁରୀରୁ ୫୩, ରାୟଗଡ଼ାରୁ ୧୦୧, ସମ୍ବଲପୁରରୁ ୧୦୧, ସୋନପୁରରୁ ୩୫ ଓ ସୁନ୍ଦରଗଡ଼ରୁ ୩୪୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟପୁଲ୍‌ରୁ ୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୯ ହଜାର  ୪୦୫ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨,୧୫ ୩୮୦ଜଣ ସୁସ୍ଥ ହୋଇସାରିଛନ୍ତି। ୩୫,୩୦୬ ଜଣ ଏବେ ଚିକିତ୍ସାଧୀନ  ଥିବା ବେଳେ  ମୃତ୍ୟୁ ସଂଖ୍ୟା ୮,୬୪୮କୁ ବୃଦ୍ଧି ପାଇଛି।

Also Read  Naveen take selfies with two tiny fighters of Kendrapada