ପୁଲିସ କବଜାରେ ପିଏଲଏଫଆଇ ଜୋନାଲ କମାଣ୍ଡର ଅର୍ଜୁନ : ବନ୍ଧୁକ ଓ ପାଞ୍ଚଟି ଗୁଳି ଜବତ

0
999

ରାଉରକେଲା : ରାଉରକେଲା ପୁଲିସ କବଜାରେ ଦୁର୍ଦ୍ଦାନ୍ତ ପି.ଏଲ.ଏଫ.ଆଇ ଜୋନାଲ କମାଣ୍ଡର ଅର୍ଜୁନ ରାଣା। ଦୀର୍ଘ ଦିନ ଧରି ଲୋକଙ୍କୁ ଡ଼ରାଇ ବଟି ଓ ଅପହରଣ ଆଦି ଘଟଣା ଘଟାଉଥିବା ଅଭିଯୋଗ ଆଧାରରେ ସୁଦୂର ଆସାମରୁ ଅର୍ଜୁନକୁ ଗିରଫ କରିଛି ରାଉରକେଲା ପୁଲିସ। ତା ନିକଟରୁ ଏକ ସେମି ଅଟୋମେଟିକ ବନ୍ଧୁକ ଓ ୫ଟି ଗୁଳି ଜବତ କରିଛି।

ରାଉରକେଲା ଓ ନିକଟସ୍ଥ ଅଞ୍ଚଳର ବ୍ୟବସାୟୀମାନଙ୍କୁ ଟାର୍ଗେଟ କରି ସେମାନଙ୍କୁ ବିଭିନ୍ନ ପ୍ରକାର ଭିଡିଓ ଦେଖାଇ ଡରାଇବା ସହିତ ଜୋର ଜବରଦସ୍ତ ବଟି ମାଗିବା ନେଇ ଅର୍ଜୁନଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ରହିଛି।ଏକାଧିକ ଅପରାଧରେ ସଂଶ୍ଲିଷ୍ଟ ଥିବା କୁଖ୍ୟାତ ଦିନେଶ ଗୋପଙ୍କର ସହଯୋଗୀ ଭାବେ ଅର୍ଜୁନ ରାଣା ରାଉରକେଲା ଓ ସୁନ୍ଦରଗଡ଼ ପୁଲିସରର ମୋଷ୍ଟ ୱାଣ୍ଟେଡ ଅପରାଧୀ ଭାବେ ରହିଥିବା ବେଳେ, ପୂର୍ବରୁ ତାର କିଛି ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ଅନ୍ୟାନ୍ୟ ସମ୍ପୃକ୍ତି ନେଇ ଅଧିକ ତଦନ୍ତ ଜାରି ରହିଛି। ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଯଥାଶୀଘ୍ର ଧରାଯିବ ବୋଲି ରାଉରକେଲା ଆରକ୍ଷୀ ଅଧୀକ୍ଷକ କହିଛନ୍ତି।

Also Read  ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦୁଝରରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କଲା ପ୍ରଶାସନ

LEAVE A REPLY

Please enter your comment!
Please enter your name here