ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣା କୋହଳ : ଏଣିକି ୨୦ ଜଣଙ୍କୁ ନେଇ ପ୍ରଚାର, ୩ଶହରେ ସଭା

0
383

ପୌର ନିର୍ବାଚନ ଲାଗି ୧୦ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ଆଉ ମାତ୍ର ଅଳ୍ପ ଦିନର ବ୍ୟବଧାନ । ଏପରି ସମୟରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ଲାଗୁ ହୋଇଥିବା କଟକଣାକୁ କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ପୌର ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନ ଆଗାମୀ ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଲାଗି ସବୁ ରାଜନୈତିକ ଦଳମାନଙ୍କ ସହ ପୂର୍ବାହ୍ନ ସାଢେ ୧୧ଟା ବେଳେ ଗୀତଗୋବିନ୍ଦ ସଦନରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ପ୍ରତି ଦଳର ଜଣେ ପ୍ରତିନିଧିଙ୍କୁ ଯୋଗ ଦେବା ଲାଗି ଅନୁମତି ଦିଆଯାଇଛି।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି, ଏଣିକି ୨୦ ଜଣକୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ ପ୍ରାର୍ଥୀ। ୩ଶହ ଲୋକଙ୍କୁ ନେଇ ଆୟୋଜିତ ହୋଇପାରିବ ରାଜନୈତିକ ସଭା । ଗତ କିଛି ଦିନ ଧରି କରୋନା ଗ୍ରାଫ ତଳମୁହାଁ ଥିବା ବେଳେ ପଞ୍ଚାୟତ ନିର୍ବାଚନ ନିମନ୍ତେ ପୂର୍ବରୁ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି। ପୂର୍ବରୁ ୫ ଜଣଙ୍କୁ ନେଇ ପ୍ରଚାର ନିମନ୍ତେ ଅନୁମତି ମିଳିଥିବା ବେଳେ ଏଣିକି ୨୦ ଜଣକୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ ପ୍ରାର୍ଥୀ । ପୂର୍ବରୁ ରାଜନୈତିକ ସଭାକୁ ଅନୁମତି ମିଳି ନଥିବା ବେଳେ ଏବେ ୩ଶହ ଲୋକଙ୍କୁ ନେଇ ଆୟୋଜିତ ହୋଇପାରିବ ରାଜନୈତିକ ସଭା । କିନ୍ତୁ ଏହି ସମୟରେ ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ପୂର୍ବପରି ରାଲି, ପଦଯାତ୍ରା, ବାଇକ ରାଲି ଉପରେ ଲାଗୁ ହୋଇଥିବା କଟକଣା ବଳବତ୍ତର ରହିବ । ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ସରିଛି । ୮୦-୯୦% ପୁଲିଂ ଷ୍ଟାଫଙ୍କୁ ପ୍ରିକସନାରି ଡୋଜ ଦିଆସରିଛି। ଅନ୍ୟମାନଙ୍କୁ ଆସନ୍ତା ୨ ଦିନରେ ଦିଆଯିବ। ଏହାବାଦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କି ଅଧିକାଂଶ ଜିଲ୍ଲାରେ ସରିଯାଇଛି। ଅନ୍ୟ ଜିଲ୍ଲାରେ ଆସନ୍ତା ୨ ଦିନରେ ଶେଷ ହେବ ।

ସୂଚନାଯୋଗ୍ୟ, କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯାଇ ଫେବୃଆରୀ ୧୬ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। କୋଭିଡର ଉଭୟ ଡୋଜ୍ ଟିକା ନେଇଥିବା ଅବା ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ହିଁ ଭୋଟ ଗଣତି କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି କୁହାଯାଇଥିଲା।

Also Read  Kashi Tamil Sangamam Has Built A Remarkable Knowledge Bridge Between Kashi And Tamil Nadu: Dharmendra Pradhan