୨୦ ହଜାର ନେବା ପଡ଼ିଲା ମହଙ୍ଗା : ଭିଜିଲାନ୍ସ ପଞ୍ଝାରେ ନରସିଂହପୁର ଆଇଆଇସି

0
649
ଭିଜିଲାନ୍ସ ପଞ୍ଝାରେ ନରସିଂହପୁର ଆଇଆଇସି
ଭିଜିଲାନ୍ସ ପଞ୍ଝାରେ ନରସିଂହପୁର ଆଇଆଇସି

କଟକ: ଭିଜିଲାନ୍ସ ପଞ୍ଝାରେ କଟକ ଜିଲ୍ଲାର ନରସିଂହପୁର ଥାନା ଅଧିକାରୀ। ଏକ ମାମଲାର ସମାଧାନ କରିଦେବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡ଼ିଆ। ତାଙ୍କ ଠାରୁ ଟଙ୍କା ଜବତ କରିବା ସହିତ ନରସିଂହପୁର ସ୍ଥିତ ତାଙ୍କ ସରକାରୀ ବାସଭବନ ଓ ଯୁଯୁମରା ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି।

ସୂଚନା ଅନୁସାରେ, ୨୦୨୧ ସେପ୍ଟେମ୍ବରରେ ଏକ ମାମଲାର ରଫାଦଫା କରିବା ଲାଗି ଜଣେ ବ୍ୟକ୍ତିଙ୍କଠାରୁ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ନବ କିଶୋର ଏ ସମ୍ପର୍କରେ ଭିଜିଲାନ୍ସକୁ ଖବର ଦେଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ସେ ଆଇଆଇସିଙ୍କୁ ୨୦  ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଆଉ ଏହା ପରେ ୧୫ ଜଣିଆ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଥାନା ଅଧିକାରୀଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ। ପରେ ଅଲେଖଙ୍କ ଥାନା ଅଫିସ୍, ସରକାରୀ ବାସଭବନ ଓ ଯୁଯୁମରା ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

Also Read  ପଞ୍ଚାୟତ ନିର୍ବାଚନ ପାଇଁ ଚଳିତ ମାସ ସୁଦ୍ଧା ତାରିଖ ଘୋଷଣା !