ଚାରି ମାସ ପରେ ପୁଣି ମମିତା ପ୍ରସଙ୍ଗ : ବିଜେପି କର୍ମୀ-ପୁଲିସ ମୁହାଁମୁହିଁ

0
378
ବିଜେପି କର୍ମୀ-ପୁଲିସି ମୁହାଁମୁହିଁ
ବିଜେପି କର୍ମୀ-ପୁଲିସି ମୁହାଁମୁହିଁ

ଭୁବନେଶ୍ୱର : ଦୀର୍ଘ ୪ ମାସ ପରେ ପୁଣି ଥରେ ତେଜିଲା ମମିତା ମେହେର ହତ୍ୟା ମାମଲା। ଦୋଷୀକୁ ଜାଣିଶୁଣି ଖସାଇଦେବାକୁ ଉଦ୍ୟମ ହେଉଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଦୋଷୀକୁ ଗିରଫ ଦାବିରେ ବିଜେପି ପକ୍ଷରୁ ଆଜି ଏକ ବିଶାଳ ଶୋଭାଯାତ୍ରା ରାଜମହଲରୁ ନବୀନ ନିବାସ ମୁହାଁ ହୋଇଥିବା ବେଳେ ଶିଶୁ ଭବନ ଛକରେ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତି। ଭୁବନେଶ୍ୱର ଶିଶୁ ଭବନ ଛକରେ ବିଜେପି କର୍ମୀ-ପୁଲିସ ଧସ୍ତାଧସ୍ତି ହୋଇଥିବା ବେଳେ ଶତାଧୀକ ମହିଳା କର୍ମୀଙ୍କୁ ଗିରଫ କରିଛି ପୁଲିସ୍‌।

ଶିଶୁଭବନ ଛକରେ ପୁଲିସ ବାରିକେଡ୍ କରି ରାଲିକୁ ଅଟକାଇବାରୁ  ବିଜେପି କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଥିବାର ସୂଚନା ମିଳିଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେପି କର୍ମୀମାନଙ୍କୁ ପୁଲିସ ଅଟକାଇଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ପୁଲିସ୍‌ର ମାତ୍ରାଧୀକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବହୁ ବିଜେପି ନେତା ଧାରଣାରେ ବସିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, କେତେକ ବିଜେପି କର୍ମୀଙ୍କୁ  ପୁଲିସ ଉଠାଇ ନେଉଥିବାର ବି ସୂଚନା ମିଳିଛି।

ତେବେ ଏହା ପୂର୍ବରୁ ଯେପରି ଅଧିକ ବିଶୃଙ୍ଖଳା ନ ଘଟେ, ସେଥିପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘର ସମ୍ମୁଖରେ ପୁଲିସ୍ ଛାଉଣୀ କରାଯାଇଛି। ଏଣେ ଅନ୍ୟପଟେ ନବୀନ ନିବାସ ସମ୍ମୁଖରେ ସୁରକ୍ଷା ବଢାଇଦିଆଯାଇଛି। ସେହି ଅଞ୍ଚଳରେ ପୁଲିସର ଛାଉଣୀ ଦେଖିବାକୁ ମିଳିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୋଟ ୧୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବାର ସୂଚନା ମିଳିଛି।

Also Read  Kashi Tamil Sangamam a testament to our nation’s unity in diversity: CM Majhi