ମୋଗଲ ଗାର୍ଡେନ ଫେବୃଆରୀ ୧୨ ରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ

0
1110
ମୋଗଲ ଗାର୍ଡେନ ଫେବୃଆରୀ ୧୨ ରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ
ମୋଗଲ ଗାର୍ଡେନ ଫେବୃଆରୀ ୧୨ ରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ

ଫେବୃଆରୀ ୮

ପ୍ରସିଦ୍ଧ ମୋଗଲ ଗାର୍ଡେନ୍ ଫେବୃଆରୀ ୧୨ ରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ |

ମଙ୍ଗଳବାର ଦିନ ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ଯେ, ବର୍ଷକୁ ଥରେ ରାଷ୍ଟ୍ରପତି ଭବନ ପକ୍ଷରୁ ହେଉଥିବା ‘ରାଷ୍ଟ୍ରପତି
ଭବନ ଉଦୟନୋତ୍ସବ’ – ‘ମୋଗଲ ଗାର୍ଡେନ୍’ ଫେବୃଆରୀ ୧୨ ରୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ (ସୋମବାର ବ୍ୟତୀତ) ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।

ଗତ ବର୍ଷ, କୋଭିଡ ମହାମାରୀର ଦ୍ୱିତୀୟ ଲହର ସମୟରେ ଲୋକପ୍ରିୟ ମୋଗଲ ଗାର୍ଡେନ୍ ଅଧା ରେ ବନ୍ଦ ହୋଇଯାଇଥିଲା | ରାଷ୍ଟ୍ରପତି ଭବନ ଅଧୀନରେ ଥିବା 15 ଏକର ପରିମିତ ଅଂଚଳରେ ପ୍ରତିଷ୍ଠିତ ଏହି ମୋଗଲ ଗାର୍ଡେନ୍- ଜାମ୍ମୁ କାଶ୍ମୀର ର ମୋଗଲ ବଗିଚା, ତାଜମହଲ ଚାରିପାଖରେ ଥିବା ବଗିଚା ଏବଂ ଭାରତ ଏବଂ ପର୍ସିଆ ର ଛୋଟ ଛୋଟ ପେଣ୍ଟିଙ୍ଗ ଆଧାର ରେ ତିଆରି ହେଇଛି I
ରାଷ୍ଟ୍ରପତି ଭବନର ଯେପରି ଭାରତୀୟ ଏବଂ ପାଶ୍ଚାତ୍ୟ ସ୍ଥାପତ୍ୟର ଦୁଇଟି ଭିନ୍ନ ଶୈଳୀ କୁ ନେଇ ତିଆରି ହେଇଛି I ସେହିଭଳି ମୋଗଲ ବଗିଚାରେ ଦୁଇଟି ଭିନ୍ନ ଉଦ୍ୟାନ କୃଷି ପରମ୍ପରା ଅଛି I

 

Also Read  ୧୦୯ କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ ହେଲେ ପୂର୍ବତନ ଆଇଏସ ଅଧିକାରୀ ଲିଭନସ କିଣ୍ଡୋଙ୍କ ପୁଅ