ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

0
495
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ଓଡିଶା ଗସ୍ତ; ୧୯ ରେ ମହାପ୍ରଭୁ ଙ୍କୁ ଦର୍ଶନ କରିବେ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ଓଡିଶା ଗସ୍ତ; ୧୯ ରେ ମହାପ୍ରଭୁ ଙ୍କୁ ଦର୍ଶନ କରିବେ

ପୁରୀ:‌ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୧୯ ତାରିଖରେ ସେ ଭୁବନେଶ୍ବରରେ ପହଞ୍ଚିବାର କାର୍ଯ୍ୟକ୍ରମ ଆପାତତଃ ଚୂଡ଼ାନ୍ତ ‌ହୋଇଛି। ସେହିଦିନ ରାତିରେ ରାଜଭବନରେ ରହିବେ। ୨୦ ତାରିଖରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୁରୀ‌ରେ ଗୌଡ଼ୀୟ ଧର୍ମାବଲମ୍ବୀଙ୍କ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ।

ଗୌଡ଼ୀୟ ମଠ ଓ ମିସନ୍‌ର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲା ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମ‌କୁ ରାଷ୍ଟ୍ରପତି ଉଦ୍‌ଘାଟନ କରିବେ। ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ଶରଧାବାଲିଠାରେ ଆୟୋଜନ ହେବ। ଏହାପୂର୍ବରୁ ରାଷ୍ଟ୍ରପତି ଶ୍ରୀ ଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନ କରିବା ସହ ସେଠାରେ ଆରତୀ ଓ ପୂଜା କରିବେ।

ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ରାଷ୍ଟ୍ରପତି ଫେବ୍ରୁଆରି ୧୯ କିମ୍ବା ୨୦ ତାରିଖରେ ଆସିପାରନ୍ତି। ଏ ସମ୍ପର୍କରେ ପ୍ରାକ୍‌ ସୂଚନା ମିଳିଛି। କିନ୍ତୁ କାର୍ଯ୍ୟସୂଚୀ ସଂପର୍କରେ କୌଣସି ବିଧିବଦ୍ଧ ଚିଠି କରାଯାଇନି। ଅନ୍ୟପଟେ ଆଜି ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ପୁରୀ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ହେବା ପରେ ରାମନାଥ କୋବିନ୍ଦଙ୍କର ଏହା ତୃତୀୟ ପୁରୀ ଗସ୍ତ।

Also Read  Woman sexually assaulted by miscreants in Jajpur