ନରସିଂହପୁର ରେଞ୍ଜ ଜଙ୍ଗଲରେ ଆଉ ଏକ ଅସୁସ୍ଥ ଦନ୍ତା ହାତୀ ଠାବ; ଗୁଳିମାଡ଼ ହୋଇଥିବା ସନ୍ଦେହ

0
324
Odisha Witnesses Another Death Of Elephant In Angul District

ନରସିଂହପୁର: ପୁଣି ଏକ ହାତୀକୁ ଗୁଳିମାଡ଼! ନରସିଂହପୁର କମ୍ପାଣ୍ଟମେଣ୍ଟ ୩ ନୂଆଗଡ଼ ଜଙ୍ଗଲରେ ପୁଣି ଏକ ଦନ୍ତାହାତୀ ଆହତ। ଦନ୍ତାହାତୀକୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଦନ୍ତା ହାତୀଟି ଦୁଇ ଦିନ ହେବ ଅସୁସ୍ଥ ହୋଇ ପୂର୍ବାଞ୍ଚଳ ରେଞ୍ଜ ଅଧିନ ଦେବଭୂମି ସଂରକ୍ଷିତ ଜଙ୍ଗଲ ନୂଆଗଡ କମ୍ପାଣ୍ଟମେଣ୍ଟ ୩ରେ ତଥା ବୁଢ଼ାବୁଢ଼ୀ ଘାଟିର ଦୁଇ କିଲୋମିଟର ଜଙ୍ଗଲ ଭିତରେ ଅସୁସ୍ଥ ଦନ୍ତା ହାତୀଟି ବୁଲୁଥିବା ବନ ବିଭାଗ ଖବର ପାଇଥିଲା । ହାତୀର କାନ ପାଖରେ ଆଘାତ ଲାଗିଥିବା ଜଣାପଡ଼ିଛି । ହାତୀଟିକୁ ଠାବ କରିବାକୁ ଚେଷ୍ଟା କରୁଥିଲା ବନ ବିଭାଗ କିନ୍ତୁ ଅତି ଘଞ୍ଚ ଜଙ୍ଗଲ ଥିବାରୁ ତାହା ସମ୍ଭବ ହୋପାରିଲା ନାହିଁ।

ତେବେ ହାତୀଟିକୁ ଗୁଳିମାଡ଼ ହୋଇଛି ନା ସଂକ୍ରମଣ ଯୋଗୁ ସେ ଅସୁସ୍ଥ ହୋଇପଡ଼ିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ସ୍ଥାନୀୟ ଲୋକେ ହାତୀଟି କୁ ଗୁଳିମାଡ଼ ହୋଇଥିବା କହୁଥିବା ବେଳେ ବନ ବିଭାଗ ଟିମ୍‌ ଆଜି ଘଟଣାସ୍ଥଳକୁ ଯିବେ ବୋଲି ବନ ବିଭାଗ ଅଧିକାରୀ ପ୍ରଫୁଲ୍ଲ କୁମାଙ୍କ ସୂଚନା ଦେଇଛନ୍ତି।

Also Read  ଜାପାନର କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍