ପୋଲିସ୍ କବଜାରେ ୩ ବାଇକ୍‌ ଲୁଟେରା, ୧୦ଟି ଚୋରା ମୋଟର ସାଇକେଲ ଜବତ

0
531
bike-lootera-gang-busted-by-police-in-bhubaneswar-3-arrested

ଭୁବନେଶ୍ୱର: ବାଇକ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ । ଖଣ୍ଡଗିରି ପୋଲିସ ହାତରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ । ୩ ଲୁଟେରା ଗିରଫ। ଗିରଫଙ୍କ ମଧ୍ୟରେ ଦୁଇଜଣ ପାଞ୍ଚ ଗାଁର ଓ ଜଣେ ଖୋର୍ଦ୍ଧାର ବୋଲି ଜଣାପଡିଛି । ୧୦ଟି ଚୋରା ମୋଟର ସାଇକେଲ ଜବତ ହୋଇଛି। ଭୁବନେଶ୍ୱର ଏମ୍ସ ଅଞ୍ଚଳରୁ ସେମାନଙ୍କୁ ଗିରଫ କଲା ପୋଲିସ। ଏହି ଲୁଟେରାଙ୍କ ନାଁକେ କମିଶନରେଟ୍‌ ପୋଲିସରେ ବିଭିନ୍ନ ଥାନାରେ ମାମଲା ରହିଛି।

ସୂଚନା ଅନୁସାରେ, ବିଭିନ୍ନ ସ୍ଥାନରେ ବାଇକ୍‌ ଚୋରି କରୁଥିଲେ ଏହି ଗ୍ୟାଙ୍ଗ । ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିବା ପରେ ଲଗାତର ଭାବେ ନଜର ରଖିଥିଲା । ଏହିକ୍ରମରେ ମଙ୍ଗଳବାର ଖଣ୍ଡଗିରି ଥାନା ଅଞ୍ଚଳରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ପୋଲିସକୁ ୧୦ଟି ବାଇକ୍‌ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ ।

Also Read  2nd National Chilika Bird Festival kicks-off