ଗୁଜୁରାଟରେ ବିଷାକ୍ତ ମଦ ପିଇ ୧୯ ମୃତ, ୪୦ରୁ ଅଧିକ ଗୁରୁତର

0
370
ଓଡିଶାରେ ମଦ ଉପରେ ପ୍ରତିବନ୍ଧକ ଲାଗିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଗୁଜୁରାଟର ବୋଟାଦ ଜିଲ୍ଲାରେ ରୋଜିଦ ଗାଁରେ ବିଷାକ୍ତ ମଦ ପିଇ ଏବେସୁଦ୍ଧା ୧୯ ଜଣଙ୍କ ମୃତ୍ୟୁ ହୋଇଛି। ୪୦ରୁ ଅଧିକ ବ୍ୟକ୍ତି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତକଙ୍କ ସଂଖ୍ୟା ବଢିପାରେ। ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୦ ଜଣଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି । ଏହାଛଡା ଉଚଣ୍ଡି, ଚନ୍ଦରବା, ଆକରୁ ଏବଂ ଅନିବାରୀ ଗାଁରେ ବିଷାକ୍ତ ମଦ ପିଇ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ସେହିପରି ଅହମ୍ମଦାବାଦର ଧନ୍ଧୁକାରେ ବିଷାକ୍ତ ମଦ ପିଇ ଅନେକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ମଦ ନିଷେଦ୍ଧ ଥିବା ବେଳେ ଏପରି ଘଟଣା ସମସ୍ତଙ୍କୁ ଚିକିତ କରିଛି। ପ୍ରଶାସନ ଓ ପୁଲିସ୍ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଭାବନଗର ରେଞ୍ଜର ଆଇଜି ଅଶୋକ କୁମାର ବୋଟାଡ ସିଭିଲ ହସ୍ପିଟାଲ ଯାଇ ଚିକିତ୍ସିତ ହେଉଥିବା ଲୋକମାନଙ୍କୁ ଭେଟିଛନ୍ତି। ସେ କହିଛନ୍ତି, ଡେପୁଟି ଏସପି ପାହ୍ୟାର ଜଣେ ଅଧିକାରୀଙ୍କୁ ନେଇ ଏସ୍ଆଇଟି ଗଠନ କରାଯାଇଛି। ଏସଆଇଟି ଘଟଣାର ବିସ୍ତୃତ ତଦନ୍ତ କରିବା ସହ ବେଆଇନ ମଦ କାରବାର କରୁଥିବା ଲୋକମାନଙ୍କୁ ଧରିବ। ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠିକଣାରୁ ବିଭିନ୍ନ ପ୍ରକାରର କେମିକାଲ ଜବତ କରାଯାଇଛି ବୋଲି ସେ କହିଛନ୍ତି।

Also Read  Allu Arjun walks out of Hyderabad prison after spending night