ସ୍ୱାମୀ ବେକ କଟିଲା ଦ୍ୱିତୀୟ ପତ୍ନୀ

0
861
ସ୍ୱାମୀ ବେକ କଟିଲା ଦ୍ୱିତୀୟ ପତ୍ନୀ
ସ୍ୱାମୀ ବେକ କଟିଲା ଦ୍ୱିତୀୟ ପତ୍ନୀ

ଆଠଗଡ଼ : ସ୍ୱାମୀଙ୍କ ବେକ କାଟି ଦେଲା ଦ୍ୱିତୀୟ ପତ୍ନୀ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ରେ । ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆଠଗଡ଼ ପୌରାଞ୍ଚଳ ୪ ନମ୍ବର ୱାର୍ଡ଼ର ମଙ୍ଗୁଳି ନାୟକ ବାସ କରନ୍ତି। ତାଙ୍କର ଦୁଇଟି ସ୍ତ୍ରୀ। ଆଜି କୌଣସି କଥାକୁ ନେଇ ପରିବାର ଭିତରେ ଗଣ୍ଡଗୋଳ ହୋଇଥିଲା। ଠିକ୍‌ ଏହି ସମୟରେ ମଙ୍ଗୁଳିଙ୍କୁ ତାଙ୍କ ଦ୍ୱିତୀୟ ସ୍ତ୍ରୀ ରୀନା ଆକ୍ରମଣ କରିଥିଲେ। ଏକ ଧାରୁଆ ଅସ୍ତ୍ରରେ ମଙ୍ଗୁଳିଙ୍କ ବେକ କାଟି ଦେଇଥିଲେ ରୀନା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ଦ୍ୱିତୀୟ ପତ୍ନୀ ରୀନାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Also Read  BJD forms Disciplinary Action Committee