ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ଓଡିଶା ଗସ୍ତ; ୧୯ ରେ ମହାପ୍ରଭୁ ଙ୍କୁ ଦର୍ଶନ କରିବେ

0
1916
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ଓଡିଶା ଗସ୍ତ; ୧୯ ରେ ମହାପ୍ରଭୁ ଙ୍କୁ ଦର୍ଶନ କରିବେ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ଓଡିଶା ଗସ୍ତ; ୧୯ ରେ ମହାପ୍ରଭୁ ଙ୍କୁ ଦର୍ଶନ କରିବେ

ଫେବୃଆରୀ ୧୧
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି I ସେ ଫେବୃଆରୀ ୧୯ ତାରିଖ ଅପରାହ୍ନ ରେ ଭୁବନେଶ୍ୱର ରେ ପହଂଚିବେ I ସେଠାରୁ ପୁରୀ ଅଭିମୁଖେ ବାହାରିବେ I ପୁରୀରେ ଅପରାହ୍ଣ ୩ଟା ୩୫ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି I ପୁରୀ ରେ ପହଂଚି ହୋଟେଲ କୁ ଯିବେ ଏବଂ ଅପରାହ୍ଣ ୫ଟାରେ ସେ ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କ ଦର୍ଶନ କରିବେ।
ଦର୍ଶନ ସାରି ସେ ସେହିଦିନ ପୁରୀ ରେ ରାତ୍ରିଯାପନ କରିବେ I
ଫେବୃଆରୀ ୨୦ ତାରିଖରେ ରାଷ୍ଟ୍ରପତି ଶ୍ରୀ ଚୈତନ୍ୟ ଗୌଡ଼ୀୟ ମଠକୁ ଯାଇ ସେଠାରେ ୧୫ ମିନଟ ରହିବାର କାର୍ଯ୍ୟକ୍ରମ ରହିଛି I ପରେ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀଲ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ (ଗୌଡ଼ୀୟ ମଠ ମିଶନର ପ୍ରତିଷ୍ଠାତା)ଙ୍କ ୧୫୦ତମ ଜୟନ୍ତୀ ଅବସରରେ ୩ ବର୍ଷ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଉତ୍ସବକୁ ଉଦ୍‌ଘାଟନ କରିବେ।
ସେହିଦିନ ସେ ଭୁବନେଶ୍ୱର କୁ ଫେରି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ I

 

 

Also Read  ଶନିବାର ଓଡ଼ିଶା ଆସିପାରେ ବାତ୍ୟା : ‘ଜୱାଦ’ର ପ୍ରଭାବ ଓ ସତର୍କତା କ’ଣ ରହିଛି ଜାଣନ୍ତୁ?