ସମ୍ୱଲପୁର ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0
716
ସମ୍ବଲପୁର ବିଦ୍ୟୁତ୍‌ ବିଭାଗର ମୁଖ୍ୟ ଯନ୍ତ୍ରୀ ସୁନିଲ କୁମାର ପଣ୍ଡା
ସମ୍ବଲପୁର ବିଦ୍ୟୁତ୍‌ ବିଭାଗର ମୁଖ୍ୟ ଯନ୍ତ୍ରୀ ସୁନିଲ କୁମାର ପଣ୍ଡା

ସମ୍ବଲପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ସମ୍ବଲପୁର ବିଦ୍ୟୁତ୍‌ ବିଭାଗର ମୁଖ୍ୟ ଯନ୍ତ୍ରୀ ସୁନିଲ କୁମାର ପଣ୍ଡାଙ୍କ ଘରେ ଆଜି ସକାଳୁ ସକାଳୁ ହେଉଛି ଭିଜିଲାନ୍ସ ଚଢ଼ଉ । ସମ୍ବଲପୁର ଓ ଖୋର୍ଦ୍ଧା ସମେତ ସୁନିଲଙ୍କର ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି ।

ସମ୍ବଲପୁରର ଗ୍ରୀନ ପାର୍କରେ ଥିବା ଫ୍ଲାଟ ନମ୍ବର ୨୦୧ ବାସଭବନ, ତାଙ୍କ ବାପାଙ୍କ ନାମରେ ଥିବା ଫ୍ଲାଟ ନମ୍ବର ୨୦୩ର ପୈତୃକ ଘର, ଭୁବନେଶ୍ୱର ଖଣ୍ଡଗିରିର କସ୍ମୋପଲିସରେ ଥିବା ଫ୍ଲାଟ ନମ୍ବର ୨୨୨ ଏବଂ ସମ୍ବଲପୁର ବୁଢ଼ାରଜାରେ ଥିବା ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି ।

ଇଂଜିନିୟର ଶ୍ରୀ ପଣ୍ଡା ଆସନ୍ତା ଜୁନ ମାସରେ ଅବସର ଗ୍ରହଣ କରିବେ । ହେଲେ ତା’ ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟଙ୍କ ଓ୍ୱାରେଣ୍ଟ ବଳରେ ୨ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର, ୨ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଛନ୍ତି ।

Also Read  Odisha Reports 171 New Covid Cases; 76 from Khurda District