ପଞ୍ଚାୟତ ନିର୍ବାଚନ : ସବୁ ବର୍ଗର କର୍ମଚାରୀଙ୍କୁ ମିଳିବ ଛୁଟି ସହ ଦରମା

0
545
ସବୁ ବର୍ଗର କର୍ମଚାରୀଙ୍କୁ ମିଳିବ ଛୁଟି ସହ ଦରମା
ସବୁ ବର୍ଗର କର୍ମଚାରୀଙ୍କୁ ମିଳିବ ଛୁଟି ସହ ଦରମା

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ମତଦାନ ଦେବାକୁ ଚାହୁଁଥିବା କର୍ମଚାରୀଙ୍କୁ ଛୁଟି ସାଙ୍ଗକୁ ଦରମା ମିଳିବ । ଭୋଟ ଗ୍ରହଣ ଦିନ ଛୁଟି ଦିଆଯିବ । ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ବାଣିଜ୍ୟ ଓ ଶିଳ୍ପାନୁଷ୍ଠାନ ନିଜ ନିଜ ଅଞ୍ଚଳ ପାଇଁ ସ୍ଥିର ହୋଇଥିବା ଭୋଟ ଗ୍ରହଣ ତାରିଖ ଦିନ ସେମାନଙ୍କ କର୍ମଚାରୀଙ୍କୁ ଛୁଟି ସହିତ ଦରମା ଦୋବକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ସବୁ ଜିଲ୍ଲାପାଳ ଏବଂ ଅନ୍ୟ ସମ୍ପୃକ୍ତ ଅଧିକାରୀଙ୍କୁ ସରକାର ଏକ ଚିଠି ଜାରି କରିଛନ୍ତି ।

ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ଏକ ଚିଠି ଜାରି କରିଛନ୍ତି। ଏଥିରେ ଉଲ୍ଲେଖ ରହିଛି, ଗ୍ରାମାଞ୍ଚଳର ଭୋଟରମାନଙ୍କୁ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ ଲାଗି ରାଜ୍ୟ ନିର୍ବାଚନ ଆୟୋଗ ଖୁସି ବ୍ୟକ୍ତ କରିଛନ୍ତି। ଏଣୁ ଯେକୌଣସି ବ୍ୟବସାୟ, ବାଣିଜ୍ୟ, ଶିଳ୍ପାନୁଷ୍ଠାନ କିମ୍ବା ଅନ୍ୟ ପ୍ରତିଷ୍ଠାନରେ ନିୟୋଜିତ ଏବଂ ଉକ୍ତ ନିର୍ବାଚନରେ ଭୋଟ୍ ଦେବାକୁ ଚାହୁଁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦରମା ପ୍ରଦାନ କରାଯିବ। ମତଦାନ ଦିନ ଛୁଟିଦିନ ବୋଲି ଚିଠିରେ ଦର୍ଶାଯାଇଛି।

ସମସ୍ତ ବ୍ୟାବସାୟିକ, ବାଣିଜ୍ୟ, ଶିଳ୍ପ ଉଦ୍ୟୋଗ ଏବଂ ଅନ୍ୟ ପ୍ରତିଷ୍ଠାନଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ସ୍ଥାନୀୟ ଅଞ୍ଚଳ ପାଇଁ ସ୍ଥିର ହୋଇଥିବା ମତଦାନ ତାରିଖରେ ଦରମା ଛୁଟି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପରୋକ୍ତ ନିର୍ଦ୍ଦେଶର ଯେକୌଣସି ଉଲ୍ଲଂଘନ ଏକ ଅପରାଧ ଭାବରେ ପରିଗଣିତ ହେବ। କର୍ମଚାରୀଙ୍କ ଦ୍ୱାରା ଲିଖିତ ଆବେଦନ ଏଥିପାଇଁ ଯଥେଷ୍ଟ ହେବ ବୋଲି ଏଥିରେ କୁହାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ(ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ୱାର୍ଡ ମେମ୍ବର) ଲାଗି ଏଇ ମାସ ୧୬ ତାରିଖରୁ ୨୪ ତାରିଖ ଯାଏ ମତଦାନ ପ୍ରକ୍ରିୟା ଜାରି ରହିବ।

Also Read  Kashi Tamil Sangamam Has Built A Remarkable Knowledge Bridge Between Kashi And Tamil Nadu: Dharmendra Pradhan