ଇଡି ପଞ୍ଝାରେ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ଭଉଣୀ

0
336

ମୁମ୍ବାଇ: ଇଡି ପଞ୍ଝାରେ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ଭଉଣୀ। ହସିନା ପର୍କରଙ୍କ ଘରେ ରେଡ୍‌ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କେବଳ ହସିନା ପାର୍କର ନୁହେଁ ଡି’ କମ୍ପାନୀର ଅନ୍ୟ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଘନ ଘନ ଚଢ଼ାଉ ଜାରି ରଖିଛି।

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ବିରୋଧରେ ନିକଟରେ ଦାଏର ହୋଇଥିବା ମାମଲାକୁ ନେଇ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢଉ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ତାଙ୍କ ଭଉଣୀ ହସିନା ପାରିକରଙ୍କ ମୁମ୍ବାଇ ସ୍ଥିତ ଘରେ ରେଡ ଆରମ୍ଭ କରିଛି ଇଡି । ମନି ଲଣ୍ଡରିଂ ମାମଲାରେ ଇଡି କରୁଥିବା ଚଢଉ ଘେରରେ ମୁମ୍ବାଇର ଜଣେ ରାଜନେତା ମଧ୍ୟ ସାମିଲ ଥିବା ମଧ୍ୟ ଜଣାପଡିଛି । ଯଦିଓ ଦାଉଦଙ୍କ ଭଉଣୀ ହସିନାଙ୍କର ଦେହାନ୍ତ ହୋଇସାରିଛି ତଥାପି ତାଙ୍କ ବାସଭବନରେ ରେଡ୍ ହୋଇଛି। ମୁମ୍ବାଇରେ ଏକ କାଳୀନ ୧୦ଟି ସ୍ଥାନରେ ଇଡି ରେଡ୍‌ କରିଛି।

ସୂଚନାମୁତାବକ,  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସ୍ୱତନ୍ତ୍ର ରୂପେ ମିଳିଥିବା କିଛି ଗୁଇନ୍ଦା ସୂଚନାରୁ ଏବଂ ୧୯୯୩ରେ ହୋଇଥିବା ମୁମ୍ବାଇ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦାଉଦ ଇବ୍ରାହିମ୍‌ ବିରୋଧରେ ଏନ୍‌ଆଇଏ ଦ୍ୱାରା ରୁଜୁ ପ୍ରାଥମିକ ମାମଲା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଚାଲିଛି। ତେବେ ଏହି ମାମଲାରେ ଆଜି ଜଣଙ୍କୁ ଇଡି ମୁମ୍ବାଇରୁ ଗିରଫ କରିଛି।

Also Read  ରାଜ୍ୟରେ ଉପରତଳ ହେଉଛି ଦୈନିକ ସଂକ୍ରମଣ

LEAVE A REPLY

Please enter your comment!
Please enter your name here