ମହଙ୍ଗା ପଡ଼ିଲା ସାମ୍ବାଦିକଙ୍କୁ ଆକ୍ରମଣ, ୮ ବନ୍ଧା ହେଲେ

0
462

ପୁରୀ : ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ିଶାଗଦା ଥାନା ଅନ୍ତର୍ଗତ ବଡ଼ାଲ ପଞ୍ଚାୟତକୁ ଗତକାଲି ୪ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ଏହି ଘଟଣାକୁ ଗୁରୁତର ସହ ନେଇ ଆକ୍ସନ ମୁଡକୁ ଚାଲି ଆସିଥିବା ପୁଲିସ୍‌ ରାତି ଅଧରେ ବିଭିନ୍ନ ସ୍ଥାନରେ ଚଢାଉ କରି ୮ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ୩୪୧, ୩୨୩, ୨୯୪ ଭଳି ଅନେକ ସଙ୍ଗୀନ ଦଫା ଲଗାଇଛି ପୁଲିସ୍‌ ।

ମତଦାନ ବେଳେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା । ରାତି ତମାମ ଚଢ଼ାଉ ପରେ ୮ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ଆକ୍ରମଣକାରୀ ହେଲେ ସତ୍ୟପ୍ରୀୟ ମହାରଣା, ବିଜୟ ସ୍ୱାଇଁ, ସୁବାସ ମାଝି, ନିକୁଞ୍ଜ ସ୍ୱାଇଁ, ଉତ୍ତମ ଭୁଜବଳ, ଅଜୟ ବରିଶଲ, ବିଦ୍ୟାଧର ସ୍ୱାଇଁ ଓ ବ୍ରଜବନ୍ଧୁ ସ୍ୱାଇଁ । ଘଟଣାରେ ସମ୍ପୃକ୍ତ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି ପୋଲିସ । ସେହିପରି ସାମ୍ବାଦିକଙ୍କ ନିକଟରୁ ଛଡାଇ ନେଇଥିବା ଲାଇଭ ୟୁ, ବୁମ୍‌, ଅନ୍ୟାନ୍ୟ ସାମଗ୍ରୀ ଓ ମୋବାଇଲକୁ ଜବତ କରିଛି ପୋଲିସ ।

ଗତକାଲି କଣାସ ବ୍ଲକ ବଡାଲ ପଞ୍ଚାୟତରେ ଭୋଟ ଗ୍ରହଣ ଚାଲିଥିବା ବେଳେ କିଛି ଲୋକ ହଠାତ୍ ବୁଥ୍ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ । ଏହାର ଭିଡିଓ ଉତ୍ତୋଳନ କରିବାରୁ ୨ ଜଣ ରିପୋର୍ଟର ଓ ୨ ଜଣ କ୍ୟାମେରାମ୍ୟାନ ଆକ୍ରମଣର ଶିକାର ହୋଇଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। । ସେମାନେ ହେଲେ ନ୍ୟୁଜ୍‌ ୧୮ ଓଡ଼ିଆର ରିପୋର୍ଟର ସୁମନ୍ତ ସୁନ୍ଦରାୟ ଓ ସାଙ୍ଗରେ ଥିବା କ୍ୟାମେରାମ୍ୟାନ ଚିତନ ସ୍ୱାଇଁ ଓ ନ୍ୟୁଜ-୭ ରିପୋର୍ଟର ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନ ରବି ତ୍ରିପାଠୀ । ଆହତମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Also Read  Astha chit fund scam: MD, Director sentenced to 5-yr imprisonment