ଆଜିଠାରୁ ବିନା ଟିକା ପ୍ରମାଣ ପତ୍ରରେ ଚାଲିଛି ଶ୍ରୀଜିଉଙ୍କ ଦର୍ଶନ

0
400

ପୁରୀ  : ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଟିଲା କୋଭିଡ୍ କଟକଣା। ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍ ଟିକାର ପ୍ରମାଣପତ୍ର। ଆଜିଠାରୁ ବିନା କୋଭିଡ ଟିକା ଓ କୋଭିଡ ପ୍ରମାଣପତ୍ରରେ ଚାଲିଛି ଜଗା ଦର୍ଶନ । ଲାଗୁ ହୋଇଥିବା ନୂଆ SOP କାର୍ଯ୍ୟକାରୀ ହୋଇଛି । କୋଭିଡ଼ ନିୟମ ମାନି ମାସ୍କ ପରିଧାନ ଓ ସାନିଟାଇଜ ହୋଇ ଦର୍ଶନ ପାଇଁ ଭକ୍ତ ମନ୍ଦିର ପ୍ରବେଶ କରୁଛନ୍ତି। ପୂର୍ବଭଳି କିନ୍ତୁ ସକାଳ ୬ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଅନୁମତି ରଖାଯାଇଥିବା ବେଳେ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ।

ଶ୍ରୀମନ୍ଦିରରେ ଗତକାଲିଠାରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି।  ପୂର୍ବ ଭଳି ଭକ୍ତମାନେ ପୂର୍ବ ଦ୍ୱାରରେ ପ୍ରବେଶ କରି ଦକ୍ଷିଣ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା ରହିଛି। ତେବେ ବରିଷ୍ଠ ନାଗରିକଙ୍କ ଲାଗି ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯାଇଛି। କୋରନାର ପ୍ରକୋପ ଥମିବା ପରେ ଶ୍ରୀମନ୍ଦିରେ ଭକ୍ତଙ୍କ ପାଇଁ କଟକଣା ଉଠାଇ ଦିଆଯାଇଥିବାରୁ ଭକ୍ତ ମହଲରେ ଖୁସିର ଲହରି ଖେଳି ଯାଇଛି। ଏ ନିଷ୍ପତ୍ତିକୁ ସେମାନେ ସ୍ୱାଗତ କରିଛନ୍ତି।

କରୋନା କଟକଣା କାରଣରୁ ସାଧାରଣ ଦର୍ଶନ ନିମନ୍ତେ ବନ୍ଦ ଥିବା ଶ୍ରୀମନ୍ଦିର ଫେବ୍ରୁଆରୀ ପହିଲାରୁ ଖୋଲିଥିଲା । କୋଭିଡ ପ୍ରଟୋକଲ ମାନି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ ।  ଛତିଶା ନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଥିଲା । ୨୦୦ରୁ ୩୦୦ ସେବାୟତ ନେଇସାରିଛନ୍ତି ବୁଷ୍ଟର ଡୋଜ୍ । ସବୁ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ଉଦ୍ୟମ ଜାରି ରହିଛି ।

Also Read  National flag hoisted at 10 uninhabited islands