ବାହାଘର ଉତ୍ସବ ରେ ଯୋଗଦେଇ ଫେରିବା ସମୟରେ ଦୁର୍ଘଟଣା : ୪ ମୃତ, ୭ ଆହତ

0
869
Police Van Meets Accident Near Bangiriposhi Ghati
Police Van Meets Accident Near Bangiriposhi Ghati

ଫେବୃଆରୀ ୨୨
ବିବାହ ପାର୍ଟି ରେ ଯୋଗଦେଇ ଗୋଟିଏ ବୋଲେରୋ ଗାଡ଼ିରେ ଫେରୁଥିବା ବେଳେ, ଗାଡିଟି ଗୋଟିଏ ଟ୍ରକ କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହେଇଛି I ଘଟଣାଟି ଘଟିଛି ୨୧୭ ଜାତୀୟ ରାଜପଥ ର ତୁର୍ଲାଖାମନ ନିକଟରେ I ଏହି ସ୍ଥାନ ଟି କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ଷ୍ଟେସନ ଅଧୀନରେ ଆସୁଛି I ସେହି ବୋଲେରୋ ରେ ମୋଟ ୧୧ ଜଣ ଯାତ୍ରୀ ଥିଲେ I
ଖବର ଅନୁଯାୟୀ, କିଛି ଲୋକ ବିବାହ ଉତ୍ସବରେ ଯୋଗଦେବା ପରେ ପିପଲପଦର ରୁ ବଲାଙ୍ଗୀର ଜିଲ୍ଲା ର ଶୀଷକେଲା କୁ ଫେରୁଥିଲେ I
ବୋଲେରୋରେ ଥିବା ୧୧ ଜଣଙ୍କ ମଧ୍ୟରୁ ତିନିଜଣ ମହିଳାଙ୍କ ସମେତ ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି I

ପୋଲିସର ସାହାଯ୍ୟରେ ସ୍ଥାନୀୟ ଲୋକମାନେ ତୁରନ୍ତ ଆହତ ଯାତ୍ରୀମାନଙ୍କୁ କେସିଙ୍ଗା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ପରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଜଣେ ଗୁରୁତର ଆହତ ଶିଶୁକୁ ବୁର୍ଲା ମେଡିକାଲ କଲେଜ ଏବଂ ଡାକ୍ତରଖାନାକୁ ପଠାଯାଇଛି।

କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Also Read  State congress Alleges conspiracy in Bhadrak leader Suresh Rout's Death