ଆତସବାଜି କାରଖାନାରେ ବିସ୍ଫୋରଣ: ୭ ମୃତ ଏବଂ ୧୨ ଆହତ

0
815
Bomb attack in Bhubaneswar

ଫେବୃଆରୀ ୨୨
ହିମାଚଳ ପ୍ରଦେଶର ୟୁନା ସହର ରେ ଏକ ଆତସବାଜି କାରଖାନାରେ ବିସ୍ଫୋରଣରେ ଘଟି ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।

ପୀଡିତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପ୍ରବାସୀ ଶ୍ରମିକ।

ଉନା ଡେପୁଟି କମିଶନର ରାଘବ ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ ବାଥୁ ଶିଳ୍ପାଞ୍ଚଳରେ ଏହି ଘଟଣା ଘଟିଛି।

ଆହତମାନଙ୍କୁ ଉନାସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ, ପୋଲିସ କର୍ମଚାରୀ ଏବଂ ଉଦ୍ଧାରକାରୀ କର୍ମଚାରୀ ଉପସ୍ଥିତ ଅଛନ୍ତି।

ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

Also Read  Blast at Barauni oil refinery in Bihar : 15 persons injured