ଫେବୃଆରୀ ୨୩
ମହାରାଷ୍ଟ୍ର ସରକାର ର ଜଣେ ଟାଣୁଆ ମନ୍ତ୍ରୀ ନବାବ ମଲିକ ଙ୍କୁ ଗିରଫ କଲା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) I ଘଟଣା ରୁ ପ୍ରକାଶ ପ୍ରାୟ ୮ ଘଣ୍ଟା ଧରି ପଚରାଉଚରା କରିବା ପରେ ମନ୍ତ୍ରୀ ଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି I
ମେଡିକାଲ ଯାଞ୍ଚ ପାଇଁ ମଲିକଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଆଜି ଅପରାହ୍ନରେ ତାଙ୍କୁ ଏକ ନିର୍ଦ୍ଦିଷ୍ଟ କୋର୍ଟରେ ହାଜର କରାଯିବା ସମ୍ଭାବନା ରହିଛି।
ତାଙ୍କୁ ଇଡି କାର୍ଯ୍ୟାଳୟରୁ ବାହାରକୁ ନିଆଯିବାବେଳେ ମାଲିକ ତାଙ୍କ ସମର୍ଥକ ମାନଙ୍କୁ କହିଥିଲେ- “ଝୁକେଙ୍ଗେ ନହିଁ….ଲଢ଼େଙ୍ଗେ ଔର ଜିତେଙ୍ଗେ ) I
ଭୋର ପ୍ରାୟ ୫ ଟା ସମୟରେ ଇଡି ର ଟିମ ମଲିକଙ୍କ ଘରକୁ ଯାଇ କୁର୍ଲା ଜମି କାରବାରରେ ପଚରାଉଚରା ପାଇଁ ତାଙ୍କୁ ନେଇ ଯାଇଥିଲେ।
ବହୁ ସଂଖ୍ୟାରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ର କର୍ମୀ ମଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ପାଇଁ ଇଡି ଅଫିସ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେଉଥିବାର ଲକ୍ଷ କରାଯାଉଥିଲା I ଇଡି ପକ୍ଷରୁ ସୁରକ୍ଷା ପାଇଁ ସିଆଇଏସଏଫ
ଏବଂ ମୁମ୍ବାଇ ପୋଲିସ୍ କୁ ସୁରକ୍ଷା ପାଇଁ ନିୟୋଜିତ କରାଯାଇଥିଲା I
ଏନସିପିର ବରିଷ୍ଠ ନେତାମାନେ ମଲିକ ଙ୍କ ଗିରଫଦାରୀ କୁ ନିନ୍ଦା କରିଛନ୍ତି I ବିରୋଧୀ ଙ୍କୁ ଚୁପ କରିବା ପାଇଁ ଭାରତୀୟ ଜନତା ପାର୍ଟି ଏହିଭଳି କାର୍ଯ୍ୟ କରୁଛି ବୋଲି ଏନସିପିର ନେତାମାନେ କହିଛନ୍ତି I