ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହେଲା

0
1401
Nuapada By-Election: All Preparations Completed For Counting
Nuapada By-Election: All Preparations Completed For Counting

ଫେବୃଆରୀ ୨୬/ ଆରମ୍ଭ ହେଇଛି ଭୋଟ ଗଣତି I ରାଜ୍ୟରେ ୫ ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଭୋଟିଂ ପ୍ରକ୍ରିୟା ସମାପ୍ତ ହେବାପରେ ଭୋଟ ଗଣତି କାର୍ଯ୍ୟ ଆଜିଠାରୁ ଆରମ୍ଭ ହେଇଛି I ପ୍ରତ୍ୟେକ ବ୍ଲକ ହେଡକ୍ୱାର୍ଟରରେ ହେଉଛି ଗଣତି। ୩ଦିନ ଧରି ଚାଲିବ ଏହି ପ୍ରକ୍ରିୟା।
ପ୍ରଥମ ଦିନରେ ରାଜ୍ୟର ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେବ। ଆସନ୍ତାକାଲି ୩୦୭ ଓ ପରଦିନ ୨୨୯ ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍ ଗଣାହେବ। ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଗଣତି ହେବ।
ଭୋଟ ଗଣତି କେନ୍ଦ୍ର ମଧ୍ୟକୁ ମୋବାଇଲ ନେବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସବୁ ଗଣତି କେନ୍ଦ୍ର ଆଗରେ ବ୍ୟାପକ ପୁଲିସ ମୁତୟନ କରଯାଇଛି।
ଭୋଟ ଗଣତି କେନ୍ଦ୍ର କୁ ଯାଉଥିବା କର୍ମଚାରୀ ଏବଂ ଏଜେଣ୍ଟ ମାନଙ୍କୁ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି I
ତିନିଦିନରେ ୧ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

Also Read  Modi slams opposition for seeking proof on terror strike