ମଦପିଇ ଗାଡି ଚଳାଉଥିବା ଅଭିଯୋଗ ରେ ଗିରଫ ହେଲେ ଭାରତର ପୂର୍ବତନ କ୍ରିକେଟର

0
1309
ମଦପିଇ ଗାଡି ଚଳାଉଥିବା ଅଭିଯୋଗ ରେ ଗିରଫ ହେଲେ ଭାରତର ପୂର୍ବତନ କ୍ରିକେଟର
ମଦପିଇ ଗାଡି ଚଳାଉଥିବା ଅଭିଯୋଗ ରେ ଗିରଫ ହେଲେ ଭାରତର ପୂର୍ବତନ କ୍ରିକେଟର

ଫେବୃଆରୀ ୨୭/ ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ରବିବାର ମୁମ୍ବାଇର ବାନ୍ଦ୍ରା ସୋସାଇଟି ପାଖ ଦେଇ ଯାଉଥିବା ବେଳେ ଗୋଟିଏ କାର କୁ ଧକ୍କା ଦେଇ ଗିରଫ ହେଲେ I ସେ ମଦ୍ୟପାନ କରି ଗାଡି ଚଳାଉଥିବା ନେଇ ଅଗ୍ହିଯୋଗ ହେଇଛି I
ତାଙ୍କୁ ଗିରଫ କରାଯାଇ ବାନ୍ଦ୍ରା ପୋଲିସ ଷ୍ଟେସନରେ ଯାଞ୍ଚ କରାଯାଇଥିଲା।

ଉକ୍ତ ବାନ୍ଦ୍ରା ସୋସାଇଟି ର ବାସିନ୍ଦାଙ୍କ ଅଭିଯୋଗ ପରେ ୫୦ ବର୍ଷୀୟବିନୋଦ କାମ୍ବଲିଙ୍କୁ ଗିରଫ କରାଯାଇଥିଲା।

ପରେ କାମ୍ବଲିଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। ଏହି ଘଟଣା ପରେ କାମ୍ବଲି କମ୍ପ୍ଲେକ୍ସର ୱାଚମ୍ୟାନ୍ ଏବଂ କିଛି ବାସିନ୍ଦାଙ୍କ ସହ ଯୁକ୍ତିତର୍କ କରିଥିବା ଅଭିଯୋଗ ହୋଇଛି।

କାମ୍ବଲି ୧୭ ଟି ଟେଷ୍ଟ ଖେଳି ୧୦୮୪ ରନ୍ ସ୍କୋର କରିଥିଲେ, ଯେଉଁଥିରେ ୪ ଟି ଶତକ ମଧ୍ୟ ରହିଥିଲା। ସେ ଭାରତ ପାଇଁ ୧୦୪ ଟି ODI ଖେଳି ୨୪୭୭ ରନ୍ ସଂଗ୍ରହ କରିଥିଲେ I ସେଥିରେ ୨ ଟି ଶତକ ଥିଲା I ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ୧୯୯୧ ରେ ଭାରତ ପାଇଁ ଖେଳିବା ଆରମ୍ଭ କରିଥିଲେ I ଅକ୍ଟୋବର ୨୦୦୦ ରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ।

Also Read  ମା' ଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଯୁବକଙ୍କୁ ଲୁହାରଡ଼ରେ ପିଟି ପିଟି ହତ୍ୟା କଲେ ଦୁଇ ନାବାଳକ ପୁଅ