ମିଠା ଖାଇ ଟଙ୍କା ନଦେଇ ପଳାଉଥିଲେ ଦୁର୍ଦ୍ଦାନ୍ତ ଅପରାଧୀ : ମାଡ଼ି ବସିଲା ପୁଲିସ୍‌

0
443
ମିଠା ଖାଇ ଟଙ୍କା ନଦେଇ ପଳାଉଥିଲେ ଦୁର୍ଦ୍ଦାନ୍ତ ଅପରାଧୀ

ଭୁବନେଶ୍ୱର: ମିଠା ଦୋକାନରେ ବସି ମାଲ୍‌ପୁଆ ମିଠା ଖାଇଲେ ୩ ଦୁର୍ଦ୍ଦାନ୍ତ ଅପରାଧୀ। ମିଠା ଖାଇବା ପରେ ଟଙ୍କା ନଦେଇ ପଳାଉଥିବା ବେଳେ ମାଡ଼ି ବସିଲା ଛଦ୍ମବେଶରେ ଥିବା ସ୍ପେଶାଲ୍‌ ସ୍କ୍ୱାଡ। ପୁଲିସ ସେମାନଙ୍କଠାରୁ ଗୋଟିଏ ମାଉଜର ଓ ବାଇକ୍‌ ଜବତ କରିଛି। ଗିରଫ ହୋଇଥିବା ଅଭଯୁକ୍ତମାନେ ପୁଲିସ୍‌ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିଲେ। ତେବେ ଖୋର୍ଦ୍ଧା ଟାଉନ୍‌ରେ ଥିବା ମିଠା ଦୋକାନାରୁ ପୁଲିସ୍‌କୁ ଏହି ବଡ଼ ସଫଳତା ମିଳିଛି।

ପୂରା ଘଟଣା ଏମିତି। ଖୋର୍ଦ୍ଧା ଟାଉନ୍‌ କଣ୍ଟାପଡ଼ା ଛକରେ ରହିଛି ନିମାପଡ଼ା ସୁଇଟ୍ସ। ସେଠାରେ ମିଠା ଓ ଜଳଖିଆ ଖାଇବା ପାଇଁ ଆଜି ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଦୁଇଟି ବାଇକ୍‌ରେ ଆସିଥିଲେ। ଦୋକାନରେ ଗୋଟିଏ ଟେବୁଲ୍‌ରେ ବସି ପ୍ରଥମେ ଗପ୍‌ସପ୍‌ ହେଲେ। ପରେ ମାଲ୍‌ପୁଆ ଓ ଅନ୍ୟାନ୍ୟ ମିଠା ମଗାଇ ଖାଇଥିଲେ। ମାତ୍ର ଟଙ୍କା ଦେଲା ଇନଥିଲେ। ଯାହାକୁ ନେଇ ଦୋକାନୀ କର୍ମଚାରୀଙ୍କ ସହିତ ପାଟିତୁଣ୍ଡ ହୋଇଥିଲା।

ଯୁକ୍ତିତର୍କ ପରେ ୪ ଦୁର୍ଦ୍ଦାନ୍ତ ଅପରାଧୀ ଦୋକାନ ବାହାରକୁ ଚାଲି ଯାଇଥିଲେ। ପୂର୍ବରୁ ସେଠାରେ ଛପି ରହିଥିବା ଖୋର୍ଦ୍ଧା ପୁଲିସ୍‌ର ସ୍ପେଶାଲ୍‌ ସ୍କ୍ୱାଡ ସେମାନଙ୍କୁ ମାଡ଼ି ବସିବାକୁ ଚେଷ୍ଟା କରିଥିଲା। ମାତ୍ର ସେମାନେ ଧରା ଦେଇନଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶେଷରେ ଅପରାଧୀମାନେ ସ୍ପେଶାଲ୍‌ ସ୍କ୍ୱାଡକୁ ମାଉଜର ଦେଖାଇ ଧମକଚମକ ଦେଇଥିଲେ। ସ୍ପେଶାଲ୍‌ ସ୍କ୍ୱାଡ ସେମାନଙ୍କୁ ବନ୍ଧୁକ ଦେଖାଇ କାବୁ କରିନେଇଥିଲା।

ସ୍ପେଶାଲ୍‌ ସ୍କ୍ୱାଡ ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ସେମାନଙ୍କ ଭିତରୁ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଥିଲା। ପୁଲିସ ସେମାନଙ୍କଠାରୁ ଗୋଟିଏ ମାଉଜର, ଗୋଟିଏ ବାଇକ୍‌ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ଗିରଫ ଅଭିଯୁକ୍ତମାନେ ବହୁ ଅପରାଧରେ ସମ୍ପୃକ୍ତ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

Also Read  Plus III admission procedure kicks starts in Odisha colleges