ୟୁକ୍ରେନବାସୀ ଅସ୍ତ୍ରଶସ୍ତ୍ର ଧରିବାରୁ ଡକାୟତି ଓ ଦୁଷ୍କର୍ମ ବଢ଼ିଛି

0
759

ନୂଆଦିଲ୍ଲୀ : ରୁଷୀୟ ସେନା ବିରୋଧରେ ଲଢ଼ିବା ପାଇଁ ୟୁକ୍ରେନର ନାଗରିକମାନେ ଆଗ୍ରହୀ ଥିବା ବେଳେ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଦେଇଥିôଲା ରାଷ୍ଟ୍ରପତି ଜେଲେନସ୍କିଙ୍କ ପ୍ରଶାସନ । ଫଳରେ ୟୁକ୍ରେନରେ ଚୋରୀ ଓ ଦୁଷ୍କର୍ମ ଭଳି ବିଭିନ୍ନ ଅପରାଧିକ ଘଟଣା ବଢ଼ିଛି ବୋଲି ଗଞ୍ଜାଲୋ ଲିରୋ ନାମକ ଜଣେ ଲେଖକ ଏକ ଭିଡିଓରେ କହିଛନ୍ତି ।

ଟୁଇଟର୍‌ରେ ପୋଷ୍ଟ୍‌ ହୋଇଥିବା ଉକ୍ତ ଭିଡିଓରେ ସେ କହିଛନ୍ତି, ଗତ ଅଳ୍ପ କିଛି ଦିନ ହେବ ଜେଲେନ୍‌ସ୍କି ପ୍ରଶାସନ ଅବ୍ୟବସ୍ଥିତ ଭାବେ ଅସ୍ତ୍ରଶସ୍ତ୍ର ବଣ୍ଟନ କରିବାରୁ ଗୁଡ଼ାଏ ଅପରାଧୀ ସାମରିକସ୍ତରୀୟ ଅସ୍ତ୍ରଶସ୍ତ୍ର ହାତେଇ ନେଇ ନେଇଥିବା କାରଣରୁ ଦେଶରେ ଡକାୟତି, ଦୁଷ୍କର୍ମ ଏବଂ ଆହୁରି ଅନେକ ଅପରାଧମୂଳକ ଘଟଣା ବୃଦ୍ଧି ପାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ଗତ ରାତିରେ କିବ୍‌ରେ ଘଟିଥିବା ଅନେକ ଗୁଳିକାଣ୍ଡରେ ରୁଷୀୟମାନଙ୍କର ଭୂମିକା ନ ଥିଲା। ଉକ୍ତ ଗୁଳିକାଣ୍ଡ ଘଟିଥିବା ସ୍ଥାନରୁ ରୁଷ୍‌ ସେନା ୧୦ କିଲୋମିଟର୍‌ ଦୂରରେ ଥିଲେ। ସେସବୁ ସମ୍ଭବତଃ ଗ୍ୟାଙ୍ଗ୍‌-ସମ୍ପର୍କୀତ ଗୁଳିବିନିମୟ। ଗଞ୍ଜାଲୋ ଲିରାଙ୍କ କହିବା ଅନୁସାରେ, ସରକାର ସୃଷ୍ଟି କରିଥିବା ଅରାଜକତା ବାତାବରଣରେ ଅପରାଧି ଗ୍ୟାଙ୍ଗ୍‌ମାନେ ନୂଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଏକ ଆରେକ ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଉଦ୍ୟମ କରୁଛନ୍ତି। ଆପଣା ବିବାଦ ମେଣ୍ଟାଇବା ପରେ ସେମାନେ ସାଧାରଣ ନାଗରିକମାନଙ୍କୁ ଆକ୍ରମଣ କରିବେ।

ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ଦାୟୀ କରି ସେ କହିଛନ୍ତି, ରୁଷୀୟମାନଙ୍କ ବିରୋଧରେ ଲଢ଼େଇ କରିବା ନାଁରେ ଏହି ଲୋକମାନେ ୟୁକ୍ରେନ୍‌ରେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି। ଏଭଳି ହାସ୍ୟାସ୍ପଦ ଏବଂ ଦାୟିତ୍ବହୀନ ନିଷ୍ପତ୍ତି ୟୁକ୍ରେନୀୟ ଜନତାଙ୍କୁ ଆଘାତ ଦେବ। ମୁଁ ସୁନିଶ୍ଚିତ ଯେ, ଜେଲେନ୍‌ସ୍କିଙ୍କ ନେତୃତ୍ବାଧୀନ ରାଜୁତି ଅନୈତିକ।

Also Read  ଶ୍ରୀମନ୍ଦିରରେ ବନକଲାଗି ନୀତି ଆଜି : ଅପରାହ୍ଣ ୪ରୁ ଦର୍ଶନ ବନ୍ଦ ରହିବ