ଦେଶରେ ଖାଇବା ତେଲ ଦର ପୁଣି କାହିଁକି ବଢ଼ିଲା ପଢ଼ନ୍ତୁ ?

0
862

ଭୁବନେଶ୍ୱର : ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜିକୁ ୮ଦିନରେ ପହଞ୍ଚିଥିବା ବେଳେ ଦେଶରେ ପୁଣି ଖାଇବା ତେଳ ମହଙ୍ଗା ହୋଇଛି । ଏହି ଦୁଇ ଦେଶରୁ ସୂର୍ଯ୍ୟମୁଖୀ ତେଲ ଆମଦାନୀ ହୋଇପାରୁନଥିବା ବେଳେ ଅନ୍ୟ ଦେଶରୁ ବି ଠିକରେ ତେଲ ଆସିପାରୁନି । ପାମୋଲିନ ତେଲ ୫୦ ଟଙ୍କା, ରିଫାଇନ ତେଲ ୫୫ଟଙ୍କା ଓ ସୋୟାବିନ ତେଲ ୫୫ଟଙ୍କା ପର୍ଯ୍ୟନ୍ତ ବଢ଼ିଛି । ଏହାସହ କିଛି ଅସାଧୁ ବ୍ୟବସାୟୀ ମଧ୍ୟ ପୁୁରୁଣା ଷ୍ଟକ ରଖି ଚଢ଼ା ଦରରେ ବିକ୍ରି କରୁଛନ୍ତି । ଆଉ କିଛି ବ୍ୟବସାୟୀ ଯୁଦ୍ଧ ପୂର୍ବରୁ ଅଧିକ ପରିମାଣର ତେଲ ଗଚ୍ଛିତ ରଖିଛନ୍ତି ।

କରୋନା କାରଣରୁ ଦରଦାମ ଅସ୍ବାଭିବାକ ଭାବେ ବଢ଼ିଥିଲା। ୨୦୨୧ ଆରମ୍ଭ ବେଳକୁ ଲିଟର ପିଛା ଖାଇବା ତେଲ ଦର ପ୍ରାୟ ୧୧୦ ଟଙ୍କା ରହିଥିବା ବେଳେ ଜୁନ୍‌ ମାସ ବେଳକୁ ୧୩୦ରୁ ୧୪୦ ଟଙ୍କାରେ ବିକ୍ରି ହେଉଥିଲା। ତେଣୁ ସରକାର ବାଧ୍ୟ ହୋଇ ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଥିଲେ। କିନ୍ତୁ ୨୦୨୨ ଆରମ୍ଭରୁ ପୁଣି ଦର ବଢ଼ି ଖାଇବା ତେଲ ଲିଟର ପିଛା ଦାମ ୧୬୦ ଟଙ୍କା ହେଲାଣି।

ଫେବ୍ରୁଆରି ୨୫ ତାରିଖରେ ଅଧିକାଂଶ ତେଲ ଦର ହାରାହାରି ୧୧୦ରୁ ୧୧୫ ଟଙ୍କା ମଧ୍ୟରେ ରହିଥିଲା। ସପ୍ତାହକ ମଧ୍ୟରେ ଦର ହାରାହାରି ୫୦ରୁ ୬୦ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। କୋରାପୁଟ ଜିଲ୍ଲାରେ ୬ ମାସ ତଳେ ବିଭିନ୍ନ ବ୍ରାଣ୍ଡର ପାମୋଲିନ, ରିଫାଇନ, ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲ ଦର ଶହେ ଟଙ୍କା ପାଖାପାଖି ରହିଥିବା ବେଳେ ଏବେ ତାହା ୧୫୫ରୁ ୧୬୫ ଟଙ୍କାରେ ପହଞ୍ଚିଛି। ଗତ ମାସକ ମଧ୍ୟରେ ରିଫାଇନ ତେଲ ଲିଟର ପିଚ୍ଛା ୧୧୫ରୁ ୧୬୫ ଟଙ୍କାକୁ ବୃଦ୍ଧି ପାଇଛି। କିଛି ମାସ ତଳେ ସୋରିଷ ତେଲ ଲିଟର ପିଛା ୨୦୦ ଟଙ୍କାରେ ସ୍ଥିର ରହିଥିବା ବେଳେ ତାହା ବି ସାମାନ୍ୟ ବଢ଼ିବା ଖାଉଟିଙ୍କ ପକେଟକୁ ବାଧିଛି। ଆଉ ପାମୋଲିନ ଲିଟର ପିଛା ୧୧୦ରୁ ୧୬୦ ଟଙ୍କା ହୋଇଛି। ବିଦେଶରୁ ଆମଦାନି ହେଉଥିବା ପାମୋଲିନ୍‌ ତେଲର ଦାମ ଅସ୍ବାଭାବିକ ଭାବେ ବଢ଼ିଛି।

Also Read  Rainfall with a moderate fog likely to occur in parts of Odisha tomorrow; MeT Office