ଦରମାରେ ଟଙ୍କା ବଦଳରେ ସୁନା ଦେବ ଏହି କମ୍ପାନୀ…

0
155
a britain company-to-pay-salary-in-gold-instead-of-cash

ନୂଆଦିଲ୍ଲୀ: ପ୍ରାୟତଃ ପୃଥିବୀର ସମସ୍ତ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ପାରିଶ୍ରମିକ ବାବଦକୁ ଟଙ୍କା ଦେଇଥାନ୍ତି । ମାତ୍ର ଆମେ ଆଜି ଏପରି ଏକ କମ୍ପାନୀ ବିଷୟରେ ଜାଣିବା ଯିଏ କି ଦରମା ବାବଦକୁ ଟଙ୍କା ବଦଳରେ ସୁନା ଦେଉଛି । କର୍ମଚାରୀଙ୍କୁ ଦରମା ଦେବାର ନୂଆ ତରିକାକୁ ନେଇ କମ୍ପାନୀ ଏବେ ଖୁବ୍ ଚର୍ଚ୍ଚାରେ । ସୂଚନା ଅନୁସାରେ ବ୍ରିଟେନରେ ଟାଲିମନି ନାମକ କମ୍ପାନୀ ତା‘ କର୍ମଚାରୀଙ୍କୁ ଦରମା ବାବଦକୁ ଟଙ୍କା ଦେବା ବଦଳରେ ଦେବ ସୁନା । କର୍ମଚାରୀ ଚାହିଁଲେ ପୂର୍ବ ଭଳି ପାଉଣ୍ଡରେ ଦରମା ନେଇପାରିବେ । କମ୍ପାନୀ ତରଫରୁ କର୍ମଚାରୀଙ୍କୁ ଏହି ବିକଳ୍ପ ମଧ୍ୟ ଦିଆଯାଇଛି ।

କମ୍ପାନୀ ସିଇଓ କ୍ୟାମେରନ୍ ପ୍ୟାରି କର୍ମଚାରୀଙ୍କୁ ସୁନାରେ ଦରମା ଦେଉଛନ୍ତି । କର୍ମଚାରୀଙ୍କ ବର୍ତ୍ତମାନ ଓ ଭବିଷ୍ୟତକୁ ଧ୍ୟାନରେ ରଖି ସେମାନଙ୍କୁ ସୁନା ଦେବାକୁ ଏହି ନିଷ୍ପତ୍ତି ହୋଇଛି ।

ପ୍ରାଥମିକତା ଦୃଷ୍ଟିରୁ କମ୍ପାନୀରେ ଥିବା ୨୦ କର୍ମଚାରୀଙ୍କୁ ସୁନା ଦିଆଯାଇଛି । ଏହାର ଯଦି କର୍ମଚାରୀ ଲାଭ ଉଠାନ୍ତି ତାହାଲେ କମ୍ପାନୀର ବାକି କର୍ମଚାରୀଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ । ନୂଆ ଦରମା ନୀତି ଏବେ ପରୀକ୍ଷା ମୂଳକ ଭାବେ ଲାଗୁ କରାଯାଇଛି ।

ପ୍ୟାରି କହିଛନ୍ତି, କରୋନା ଯୋଗୁ ଲୋକଙ୍କ ସ୍ଥିତି ଖରାପ ହୋଇଯାଇଛି । ଏହି ସ୍ଥିତିରେ କର୍ମଚାରୀଙ୍କୁ ପାଉଣ୍ଡରେ ଦରମା ଦେବାରେ ଲାଭ ନାହିଁ । କାରଣ ପାଉଣ୍ଡର ମୂଲ୍ୟ ହ୍ରାସ ପାଉଛି । ସୁନା ଦେଲେ କର୍ମଚାରୀ ସୁନାରେ ନିବେଶ କରିବେ । ଏହା କର୍ମଚାରୀଙ୍କୁ ସର୍ବଦା ଆଗରେ ରଖିବ ।

କମ୍ପାନୀ କର୍ମଚାରଙ୍କୁ ସବୁବେଳେ ଆଗରେ ରଖିବାପାଇଁ ଏପରି ବ୍ୟବସ୍ଥା ଗ୍ରହଣ କରିଛି । ଏହି ପ୍ରୟାସ ପାଇଁ ଲୋକେ କମ୍ପାନୀକୁ ପ୍ରଶଂସା କରୁଛନ୍ତି । କର୍ମଚାରୀଙ୍କୁ ଆାର୍ଥିକ ସଂକଟର ସାମ୍ନା କରିବା ପାଇଁ କମ୍ପାନୀ ଏପରି ଯୋଜନା କରୁଛି ।

ଅନ୍ୟପଟେ କର୍ମଚାରୀଙ୍କ ବିଷୟରେ କମ୍ପାନୀ ଏତେ ଚିନ୍ତା କରୁଥିବାରୁ ସୋସିଆଲ ମିଡିଆରେ ଟାଲିମନି ଏବଂ ତାଙ୍କ କମ୍ପାନୀକୁ ଖୁବ୍ ତରିଫ କରାଯାଉଛି ।

Also Read  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

LEAVE A REPLY

Please enter your comment!
Please enter your name here