ପ୍ରବଳ ବର୍ଷାରେ ଉବୁଟୁବୁ କର୍ଣ୍ଣାଟକ, ତିନି ହଜାରରୁ ଅଧିକ ଘର ଜଳବନ୍ଦୀ

0
236
Heavy rainfall alert for odisha

କର୍ଣ୍ଣାଟକ: କର୍ଣ୍ଣାଟକରେ ବର୍ଷାର ତାଣ୍ଡବ, ଅସ୍ତବ୍ୟସ୍ତ ଜନଜୀବନ । ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି କର୍ଣ୍ଣାଟକ । ଲଗାଣ ବର୍ଷା ରାଜ୍ୟବାସୀଙ୍କ ସମସ୍ୟା ବଢାଇଛି । ୩ ହଜାରରୁ ଅଧିକ ଘର ଜଳ ଘେରରେ ବନ୍ଦି ହୋଇ ରହିଛି । ରାସ୍ତାରେ ବନ୍ୟା ଜଳ ପରିପୁର୍ଣ୍ଣ ହୋଇ ରହିବାରୁ ଯାନବାହାନ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ସେପଟେ ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡିକୁ ଛୁଟି ଘୋଷଣା କରିଛି ଦକ୍ଷିଣ କନ୍ନ୍ଡା ଜିଲ୍ଲା ପ୍ରଶାସନ । ଅନ୍ୟପଟେ ବନ୍ୟା ଅଂଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ । ଲଗାତାର ୪ ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ରାଜ୍ୟରେ ଅନେକ କ୍ଷୟକ୍ଷତି ହୋଇଥିବା ନେଇ ରିପୋର୍ଟ ହୋଇଛି । ପ୍ରବଳ ବର୍ଷାର ପୁର୍ବାନୁମାନ କରି ବେଙ୍ଗାଲୁରରେ ଅରେଂଜ ଆଲେର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।

Also Read  ବାତ୍ୟା ଅସାନୀ ଆଣିବ ବର୍ଷା, ପବନ; ମେ’ ୧୦ରେ ୩ଜିଲ୍ଲା ଏବଂ ୧୧ରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

LEAVE A REPLY

Please enter your comment!
Please enter your name here