ପ୍ରିନ୍ସିପାଲଙ୍କ ଘରେ ଭିଜିଲାନ୍ସ ଚଢାଉ : ଏକକାଳୀନ ୫ସ୍ଥାନରେ ଚାଲିଛି ରେଡ୍

0
745
ପ୍ରିନ୍ସିପାଲଙ୍କ ଘରେ ଭିଜିଲାନ୍ସ ଚଢାଉ
ପ୍ରିନ୍ସିପାଲଙ୍କ ଘରେ ଭିଜିଲାନ୍ସ ଚଢାଉ

ଭବାନୀପାଟଣା :  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରର ହୀରାନୀଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରର ହୀରାନୀଳା କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ।  ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ୱର ଡୁମଡୁମା ହାଉସିଂ ବୋର୍ଡ କଲୋନୀରେ ଥିବା ଆର୍ଯ୍ୟପଲ୍ଲୀର ପ୍ଲଟ, ବିଶ୍ୱନାଥପୁରରେ ଥିବା ଘର, ଖୋର୍ଦ୍ଧାରେ ଥିବା କ୍ରସର, ବିଶ୍ୱନାଥପୁର ପୋଖରୀବନ୍ଧରେ ଥିବା କ୍ରସ ୟୁନିଟ୍ ଓ ଅଫିସରେ ଚଢାଉ କରିଛି ଭିଜିଲାନ୍ସ ।

principal1

ଏହି  ଚଢ଼ାଉରେ ଭିଜିଲାନ୍ସର ୬ ଜଣ ଡିଏସ୍‌ପି, ୪ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି। ରମେଶ  ଆୟ ବହିର୍ଭୁତ ସଂପତ୍ତି ଠୁଳ  କରିଥିବା ଅଭିଯୋଗ ହୋଇଥିଲା।  ଏହି ମାମଲାରେ  ଭବାନୀପାଟଣାର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଓ୍ୱାରେଣ୍ଟ ବଳରେ ଚଢ଼ଉ ଜାରି ରହିଛି। ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ବେନାମୀ ସଂପତି ଭିଜିଲାନ୍ସ ସ୍କାନର ରହିଥିଲା । ଫଳରେ ଆଜି ସକାଳୁ ତାଙ୍କ ଘରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଚଢଉ କରୁଛି ।

Also Read  Daily Covid Positive Cases in Odisha decline; 609 in a day