ୟୁକ୍ରେନ ସେନାରେ ସାମିଲ ହେଲେ ତାମିଲନାଡୁର ସୈନିକେଶ ରବିଚନ୍ଦ୍ରନ୍

0
723

ୟୁକ୍ରେନ ସେନାରେ ସାମିଲ ହେଲେ ତାମିଲନାଡୁର ସୈନିକେଶ ରବିଚନ୍ଦ୍ରନ୍ । ସୈନିକେଶ ଡାକ୍ତରୀ ପଢିବାପାଇଁ ତାମିଲନାଡୁ ରୁ ୟୁକ୍ରେନ୍ ଯାଇଥିଲେ । କୋଏମ୍ବାଟୁର ଜିଲ୍ଲାରେ ତାଙ୍କ ଘର । ସୈନିକେଶ ୨୦୨୮ରେ ୟୁକ୍ରେନ୍ ଯାଇଥିଲେ । ଖାରକିଭରେ ନ୍ୟାସନାଲ୍ ଏରୋସ୍ପେସ୍ ୟୁନିଭର୍ସିଟିରେ ସେ ପାଠ ପଢୁଥିଲେ । ଚଳିତବର୍ଷ ଜୁଲାଇରେ ତାଙ୍କର ପାଠପଢ଼ା ସରୁଥିଲା । ୟୁକ୍ରେନ୍-ରୁଷ୍ ଯୁଦ୍ଧ ଭିତରେ ସୈନିକେଶଙ୍କ ସହ ପରିବାର ଲୋକଙ୍କର ଯୋଗାଯୋଗ ହୋଇ ପାରି ନଥିଲା । ଏନେଇ ସେମାନେ ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଥିଲେ । ପରିବାର ଲୋକଙ୍କୁ ସୈନିକେଶ କହିଥିଲେ ରୁଷ୍ ବିରୋଧରେ ଲଢ଼ିବାକୁ ୟୁକ୍ରେନ୍ ପାରାମିଲିଟାରୀରେ ଫୋର୍ସରେ ଯୋଗ ଦେଇଛନ୍ତି । ପୂର୍ବରୁ ସୈନିକେଶ ଭାରତୀୟ ସେନାରେ ଯୋଗ ଦେବାକୁ ଆବେଦନ କରିଥିଲେ । ତେବେ ସଫଳତା ପାଇ ନଥିଲେ ।

Also Read  ଶୀତରେ କଲବଲ ହେଉଛି ଅଧା ଓଡ଼ିଶା : ଦାରିଙ୍ଗବାଡ଼ିରେ ୩.୫ ଡିଗ୍ରି ପାରଦ

LEAVE A REPLY

Please enter your comment!
Please enter your name here