ସୁନ୍ଦର ତ୍ୱଚା ପାଇଁ ବାନାନା ଫେସ ପ୍ୟାକ

0
535

କଦଳୀ କେବଳ ସ୍ଵାସ୍ଥ୍ୟ ପାଇଁ ଉପକାରୀ ନୁହେଁ ବରଂ ଏହାର ଫେସ ପ୍ୟାକ ପ୍ରସ୍ତୁତ କରି ଲଗାଇବା ଦ୍ଵାରା ଆପଣଙ୍କ ତ୍ୱଚାର ଚମକ ବୃଦ୍ଧି ପାଇଥାଏ। କଦଳୀକୁ ବ୍ୟବହାର କରି ଭିନ୍ନ ଭିନ୍ନ ପ୍ରକାର ଫେଓ ପ୍ୟାକ ପ୍ରସ୍ତୁତ କରିହେବ। ଜାଣନ୍ତୁ :
୧: କଦଳୀକୁ ଭଲ ଭାବେ ଚକଟି ଏହାକୁ ମୁହଁ ଓ ବେକରେ ଲଗାଇ ୧୫ ରୁ ୨୦ ମିନିଟ ରଖନ୍ତୁ । ଏହାପରେ ମୁହଁ ଧୋଇ ଦିଅନ୍ତୁ ।
୨: କଦଳୀକୁ ଭଲ ଭାବେ ଚକଟି ଏଥୁରେ ଅଳ୍ପ ଅଲିଭ ଅଏଲ କିମ୍ବା ବାଦାମ ତେଲ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୧୦ ରୁ ୧୫ ମିନିଟ ରଖୁ ଧୋଇ ଦିଅନ୍ତୁ ।
୩: କଦଳୀକୁ ଭଲ ଭାବେ ଚକଟି ୧ ଋମଚ ମହୁ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଓ ବେକରେ ଲଗାଇ ୧୫ ମିନିଟ ରଖନ୍ତୁ । ଏହାପରେ ମୁହଁ ଧୋଇ ଦିଅନ୍ତୁ । ଏହା ମୁହଁର ଚମକ ବୃଦ୍ଧି କରିବା ସହ କୋମଳ କରିଥାଏ। ଶୁଷ୍କ ତ୍ୱଚା ପାଇଁ ଏହା ଖୁବ ଲାଭଦାୟକ।
୪: କଦଳୀକୁ ଭଲ ଭାବେ ଚକଟି ଏଥରେ ସମାନ ମାତ୍ରାରେ ଖୁର ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖ୍ ଧୋଇ ଦିଅନ୍ତୁ । ଏହା ତ୍ୱଚା ପାଇଁ ଖୁବ ଲାଭଦାୟକ ।
୫: କଦଳୀକୁ ଭଲ ଭାବେ ଚକଟି ଏଥୁରେ ଅଳ୍ପ ଅଟା ମିଶାନ୍ତୁ । ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖ୍ ଧୋଇ ଦିଅନ୍ତୁ । ଏହା ମଧ୍ୟ ତ୍ୱଚା ପାଇଁ ଖୁବ ଲାଭଦାୟକ ।

Also Read  ଜାଣନ୍ତୁ ଘରେ ମୟୂର ପୁଚ୍ଛ ରଖିବା ଶୁଭ ନାଁ ଅଶୁଭ