ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା, ଏପ୍ରିଲ ୨୯ରୁ ମ୍ୟାଟ୍ରିକ୍‌ ପରୀକ୍ଷା

0
671
plus-2-exam-chse-evaluation-start from june-2

ଭୁବନେଶ୍ଵର: ମାଟ୍ରିକ୍ ପରୀକ୍ଷା ନେଇ ଗୁରୁତ୍ଵପୂର୍ଣ୍ଣ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଆସନ୍ତା ଏପ୍ରିଲ ମାସ ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା। ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୬ ଯାଏଁ ଏହି ପରୀକ୍ଷା ଚାଲିବ। ଏହି ସମ୍ମେଟିଭ୍‌-୨ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ। ତେବେ ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିୟୋଜିତ ହେବେ। ନିଜ ସ୍କୁଲରେ ନହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ। କରୋନା ମହାମାରୀ କମିଥିବା ବେଳେ ଯଥାସମ୍ଭବ ଅଫ୍‌ଲାଇନ୍‌ରେ ପରୀକ୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

Also Read  ବଢ଼ିଲା ଚାକିରି ବୟସ ସୀମା : କେତେ ହେଲା ଜାଣନ୍ତୁ .....?