ୟୁକ୍ରେନ କବଜା ପାଇଁ ମାରାତ୍ମକ ଭାକ୍ୟୁମ ବୋମା ବ୍ୟବହାର କରିଛି ରୁଷ!

0
292
russia-has-confirmed-use-of-vacuum-bombs-against-ukraine

କିଭ୍: ୟୁକ୍ରେନରେ ଧ୍ୱଂସଲୀଳା ଜାରି ରଖିଛି ରୁଷ । ୟୁକ୍ରେନର ରାଜଧାନୀ କିଭ ଉପରେ ସମ୍ପୂର୍ଣ୍ମ କବଜା କରିବାକୁ ସହରର ଦୁଇପାର୍ଶ୍ୱରୁ ଘେରୁଛନ୍ତି ଋଷ ସୈନ୍ୟ । ୟୁକ୍ରେନ ବିରୋଧରେ ବ୍ୟାପକ ଧ୍ୱଂସଲୀଳା କରିବାର କ୍ଷମତା ରଖିଥିବା ମାରାତ୍ମକ ଭାକ୍ୟୁମ ବୋମା ବ୍ୟବହାର କରିଛି ରୁଷ। ଏକଥା ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ୱିଟ କରି ଅବଗତ କରାଇଛି। ଯୁଦ୍ଧ ସମୟରେ ରୁଷ TOS-1A ଅସ୍ତ୍ର ସିଷ୍ଟମ ବ୍ୟବହାର କରିଥିବା ନିଶ୍ଚିତ କରିଛି। ଏହି ସିଷ୍ଟମ ଦ୍ୱାରା ଥର୍ମୋବାରିକ ରକେଟ ବା ଭାକ୍ୟୁମ ବୋମାକୁ ମାଡ଼ କରାଯାଇଥାଏ। ଏହାଦ୍ୱାରା ବ୍ୟାପକ ଧ୍ୱଂସଲୀଳା ସୃଷ୍ଟି ହୋଇଥାଏ ବୋଲି ବ୍ରିଟେନ କହିଛି।

ଋଷ ପ୍ରତିରକ୍ଷା ବିଭାଗ ଏହାକୁ ସ୍ୱୀକାର କରିଛି ବୋଲି ବ୍ରିଟେନ ପ୍ରତିରକ୍ଷା ବିଭାଗ ଟ୍ୱିଟ କରିଛି । ୟୁକ୍ରେନ ଉପରେ ଆକ୍ରମଣରେ TOS-1A ବ୍ୟବହାର କରୁଛନ୍ତି ଋେ ସେନା । ଭାକ୍ୟୁମ ବୋମା ହେଉଛି ଏକ ଭୟଙ୍କର ବୋମା ଯାହା ବାହ୍ୟମଣ୍ଡଳରୁ ଅକ୍ସିଜେନକୁ ଖାଲି କରିଦିଏ ଏବଂ ଅତ୍ୟଧିକ ଉତ୍ତାପ ସୃଷ୍ଟି କରିଦିଏ । ଏହାର ପ୍ରଭାବରେ ଶବଗୁଡିକ ବାୟୁମଣ୍ଡଳରେ ମିଳାଇଯାଇଥାଏ ।

ଏହାପୂର୍ବରୁ ୟୁକ୍ରେନ ସରକାର ମଧ୍ୟ ରୁଷ ଭାକ୍ୟୁମ ବୋମା ବ୍ୟବହାର କରିଥିବା ଦାବି କରିଥିଲେ। ଆମେରିକାରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ଓକସାନା ମାରକାରୋଭା କହିଥିଲେ ଯେ ରୁଷ ଏବେ କ୍ଲଷ୍ଟର ବୋମା ଓ ଭାକ୍ୟୁମ ବୋମା ବ୍ୟବହାର କରି ୟୁକ୍ରେନରେ ଧ୍ୱଂସଲୀଳା ଚଳାଇଛି। ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ। ଏବେ ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପରେ ରୁଷ ଉପରେ ସନ୍ଦେହ ବଢ଼ିଛି। ସୁମି, ଖେରସନ କବ୍‌ଜା କରିବା ପରେ ଅନ୍ୟ ବଡ଼ ସହର କବଜା ପାଇଁ ଅଗ୍ରସର ହୋଇଛନ୍ତି ଋଷ୍ । ମାନବୀୟ କରିଡର ପାଇଁ ଉଭୟ ଦେଶ ସହମତ ହୋଇଥିଲେ ବି ସମ୍ପୂର୍ଣ୍ଣ ଯୁଦ୍ଧ ବିରତି ପାଇଁ ବାହାରି ପାରୁନି ବାଟ। ଋଷ ସୈନ୍ୟଙ୍କ ଘନ ଘନ ଆକ୍ରମଣ, ମିସାଇଲ ମାଡ଼ରେ ଅନେକ ସହର ମାଟିରେ ମିଶିଛି । ଏବେ ବି ଗୁଳି ଗୋଳା ଶବ୍ଦରେ ଥରୁଛି ଅନେକ ଅଞ୍ଚଳ ।

Also Read  ଏସଟିଏଫ ପଞ୍ଝାରେ ଦୁଇ ନିଶା ବେପାରୀ