କିଡନୀ ଷ୍ଟୋନ ଦୂର କରିବା ପାଇଁ ବ୍ୟବହାର କରନ୍ତୁ ମେହେନ୍ଦୀ ପତ୍ର

0
118

ସାଧାରଣତଃ ଝିଅମାନେ ନିଜ କେଶକୁ ସୁନ୍ଦର, ମଜଭୁତ ଓ ଚମକଦାର କରିବା ପାଇଁ ଏଥିରେ ମେହେନ୍ଦୀ ଲଗାଇଥାଆନ୍ତି । ହେଲେ ଆପଣ ଜାଣନ୍ତି କି, ମେହେନ୍ଦୀ ପତ୍ର ଅନେକ ଔଷଧୀୟ ଗୁଣର ସମାହାର । ଏହି ପତ୍ରରେ ଟ୍ୟାନିନ୍‌, ବାସୋନ୍ ମ୍ୟାଲିକ ଏସିଡ, ଗ୍ଲୁକୋଜ, ମ୍ୟାଲିଟୋଲ ପରି ତତ୍ତ୍ୱ ରହିଛି ।

ତେବେ ଆସନ୍ତୁ ଜାଣିବା ମେହେନ୍ଦୀ ପତ୍ରରୁ ଆମକୁ କ’ଣ ଫାଇଦା ମିଳିଥାଏ । ଆଜିକାଲି ମୁଣ୍ଡରେ ରୂପି ହେବା ଏକ ସାଧାରଣ କଥା ହୋଇଗଲାଣି । ପ୍ରାୟ ଲୋକଙ୍କପାଖରେ ଏହି ସମସ୍ୟା ଦେଖାଯାଏ । ଏହାର ନିରାକରଣ ପାଇଁ ବଜାରରେ ଭିନ୍ନ ଭିନ୍ନ ପ୍ରକାରର ପ୍ରଡକ୍ଟ ମଧ୍ୟ ମିଳୁଛି । ତେବେ ଦାମୀ ଦାମୀ ପ୍ରଡକ୍ଟ ପଛରେ ଟଙ୍କା ନଷ୍ଟ ନକରି ଆପଣ ମେହେନ୍ଦୀ ପତ୍ର ବ୍ୟବହାର କରି ଏହି ସମସ୍ୟାର ସମାଧାନ କରିପାରିବେ ।

ମେହେନ୍ଦୀ ପତ୍ରକୁ ବାଟି କିମ୍ବା ଗୁଣ୍ଡ କରି ଏଥିରେ ଲେମ୍ବୁ ଓ ଦହି ମିଶାଇ ଚୁଟିରେ ଲଗାନ୍ତୁ । ଏହି ଦୁଇଟି ଯାକ ଜିନିଷରେ ଏସିଡ ରହିଥାଏ, ଯାହା ରୂପି ସହ ମୁଣ୍ଡ କୁଣ୍ଡେଇ ହେବା ସମସ୍ୟା ମଧ୍ୟ ଦୂର କରିଥାଏ । ସପ୍ତାହରେ ଥରେ ମେହେନ୍ଦୀ ଲଗାନ୍ତୁ, ଦେଖିବେ ଭଲ ଫଳ ମିଳିବ । ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ପ୍ରାୟ ଲୋକ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରୁ ନାହାନ୍ତି । ତେଣୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଉଛି । ସେଥିମଧ୍ୟରୁ କିଡନୀ ଷ୍ଟୋନ ଅନ୍ୟତମ । ତେବେ ମେହେନ୍ଦୀ ଦ୍ୱାରା ଏହାକୁ ଭଲ କରିହେବ ।

ଏଥିପାଇଁ ଆପଣଙ୍କୁ ଅଧାଲିଟର ପାଣିରେ ୫୦ ଗ୍ରାମ ମେହେନ୍ଦୀ ପତ୍ରକୁ ପେଶି ଏହାକୁ ଭଲ ଭାବେ ଫୁଟାଇ ପିଅନ୍ତୁ । ମେହେନ୍ଦୀ ସାଧାରଣତଃ ଥଣ୍ଡା ହୋଇଥାଏ । ତେଣୁ ଏହାକୁ ରାତିରେ କିମ୍ବା ଶରୀରରେ ଯଦି ଇଶନଫୁଲିଆ କିମ୍ବା ଥାଇରଏଡ ଥାଏ, ତେବେ ଏହାକୁ ବ୍ୟବହାର କରିବାକୁ ମନା କରିଯାଏ । ଯଦି ଆପଣଙ୍କୁ କେଉଁଠି ମାଡ ହୋଇ ବଥା ବା ଯନ୍ତ୍ରଣା ହେଉଛି,ବରଫ ବଦଳରେ ସେହି ସ୍ଥାନରେ ମେହେନ୍ଦୀ ପତ୍ରକୁ ବାଟି ଲଗାନ୍ତୁ ।

Also Read  ପ୍ରଖ୍ୟାତ ଠକ ସୁକେଶ ବଲିଉଡ ଅଭିନେତ୍ରୀ ଙ୍କୁ ଦାମୀ ଉପହାର ଦେଇ ପ୍ରଭାବିତ କରୁଥିଲା !

LEAVE A REPLY

Please enter your comment!
Please enter your name here