ରାସ୍ତା କଡରେ ଛିଡା ହୋଇଥିବାବେଳେ ଧକ୍କା ଦେଲା କାର, ସାମ୍ବାଦିକ ମୃତ

0
216
journalist-dead-in-road-mishap-in-angul

ଅନୁଗୁଳ : କାର ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥ ବଜ୍ରକୋଟ ଗାଁରେ କାର ଧକ୍କାରେ ଜଣେ ସାମ୍ବାଦିକଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ନାମ ହେଉଛି ସୁଶାନ୍ତ ଧଳ । ଘଟଣା ସ୍ଥଳରେ ଅନ୍ୟଜଣେ ଗୁରୁତର ହୋଇପଡିଛନ୍ତି । ଶରତ ଜେନା ନାମକ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ବେଳେ । ଉତ୍ୟକ୍ତ ଲୋକମାନେ କାରକୁ ଜାଳିଦେଇଥିବା ଦେଖିବାକୁ ମିଳିଛି ।

ଲୋକଙ୍କ କହିବା ଅନୁସାରେ କଣିହାଁରୁ ବଜ୍ରକୋଟି ଆଡକୁ ଯାଉଥିବା ଦୃୁତଗାମୀ କାର୍ ରାସ୍ତା କଡରେ ଠିଆ ହୋଇଥିବା ଦୁଇ ଜଣ ଯୁବକଙ୍କୁ ଧକ୍କା ଦେଇଥିଲେ । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ସାମ୍ବାଦିକ ସୁଶାନ୍ତ ଧଳଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଗୁରୁତର ଶରତ ଜେନା ଏବେ ଚିକିତ୍ସିତ ଅଛନ୍ତି । ସେପଟେ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିବାରୁ ପୋଲିସ ଲୋକଙ୍କୁ ବୁଝା ସୁଝା କରିଛି ।ଏହି କାରଟି ଜଣେ ପୂର୍ବତନ ସରପଞ୍ଚଙ୍କର ବୋଲି ଜଣାପଡିଛି ।

Also Read  ଓଡ଼ିଶା ଗସ୍ତରେ ଆସିବେ ନିତି ଆୟୋଗ ଉପାଧ୍ୟକ୍ଷ

LEAVE A REPLY

Please enter your comment!
Please enter your name here