ଅଭିନେତ୍ରୀ ଅର୍ଚ୍ଚିତା ପୁଣିଥରେ ଚର୍ଚ୍ଚାରେ

0
1160

ଅଭିନେତ୍ରୀ ଅର୍ଚ୍ଚିତା ପୁଣିଥରେ ଚର୍ଚ୍ଚାରେ । ତାଙ୍କୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ୍ ନିର୍ମାଣ କରୁଛି ଏକ ନୂଆ ଫିଲ୍ମ ‘ପାଦେ ଆକାଶ’। ଭିନ୍ନକ୍ଷମଙ୍କ ପାଇଁ ପ୍ରେରଣା ପାଲଟିଥିବା ଓ ନିକଟରେ ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ପ୍ରତିଭା ଡ. ଶ୍ରୁତି ମହାପାତ୍ରଙ୍କ ସଂଘର୍ଷମୟ ଜୀବନୀକୁ ନେଇ ଏହି ଫିଲ୍ମ ପ୍ରସ୍ତୁତ ହେଉଛି। ଯାହାର ନିର୍ଦେଶନାରେ ଅଛନ୍ତି ସୁଶାନ୍ତ ମଣି । ଶୀର୍ଷକ ଭୂମିକାକୁ ଅର୍ଚ୍ଚିତା ସୁନ୍ଦର ଭାବେ ନିଭାଇବେ ବୋଲି ପୂରା ଟିମ୍ ଆଶାବାଦୀ ଅଛନ୍ତି। ଭିନ୍ନକ୍ଷମଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ଦିଗରେ ଏହି ଫିଲ୍ମ ସହାୟ ହେବ ବୋଲି ନିର୍ଦେଶକ ଶ୍ରୀ ମଣି କହିଛନ୍ତି ।

Also Read  ରାଜ୍ୟରେ ୪୩୩ କରୋନା ପଜିଟିଭ୍ : ୬୪ ଶିଶୁ ସଂକ୍ରମିତ