ନୂଆଦିଲ୍ଲୀ: ଦିଲ୍ଲୀ –ଏନ୍ସିଆର୍ରେ କ୍ୟାବ୍ ଚଲାଉଛନ୍ତି ଉବର ଇଣ୍ଡିଆ ସିଇଓ ପ୍ରଭଜିତ୍ ସିଂ। ବର୍ତ୍ତମାନ ସମୟରେ ଉବର ସଭିସ୍କୁ ନେଇ ଯାତ୍ରୀଙ୍କ ବହୁ ଅଭିଯୋଗ ସାମ୍ନାକୁ ଆସିବାରେ ଲାଗିଛି। କ୍ୟାବ୍ ଡ୍ରାଇଭର ଶେଷ ମୁହୁର୍ତରେ କ୍ୟାବ୍ କ୍ୟାନ୍ସେଲ କରିବା ସାଙ୍ଗକୁ ବିଳମ୍ବରେ ପହଞ୍ଚିବା ଆଦି ଅଭିଯୋଗ ଏକାଧିକ କଷ୍ଟମର କରିଥିବାବେଳେ ବର୍ତ୍ତମାନ ଉବର ଚାହିଦା ବଜାରରେ କମୁଥିବା ଦେଖିବାକୁ ମିଳିଛି। ତେବେ ଏହାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଉବର ଇଣ୍ଡିଆ ସିଇଓ ପ୍ରଭଜିତ୍ । ସେଥିପାଇଁ କ୍ୟାବ୍ ଚଲାଇବାରେ ଲାଗିଛନ୍ତି।
ଦିଲ୍ଲୀର ଅନନ୍ୟା ଦ୍ବିବେଦୀ ନାମକ ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥରେ କ୍ୟାବର ଡ୍ରାଇଭର ସିଟ୍ରେ ବସିଛନ୍ତି ପ୍ରଭଜିତ ସିଂ। ଏ ଘଟଣା ଗତ ସପ୍ତାହର ହୋଇଥିବାବେଳେ ଯୁବତୀ ଜଣକ ଫଟୋ ଶେୟାର କରିବା ପରେ ଖବର ଏବେ ସାମ୍ନାକୁ ଆସିଛି। ଭାଗ୍ୟ ଉପରେ ନିର୍ଭର ନ କରି କାମ କରିଚାଲ। ଉଚିତ ସମୟ ଆସିଲେ ମିଳିବା ସଫଳତା ଭଳି ଉପଦେଶ ପ୍ରଭଜିତ୍ ଅନନ୍ୟାଙ୍କୁ ଦେଇଥିବା ଫଟୋ ଶେୟାର କରି ସେ କହିଛନ୍ତି

























